ପୁରା ଖବର ବିଷୟରେ



ଓଡ଼ିଶା ରାଜ୍ୟ ମାନବାଧିକାର ସଂରକ୍ଷଣ ପରିଷଦର ଜିଲ୍ଲା ସ୍ତରୀୟ ସ୍ବାଗତ ସଭା ଅନୁଷ୍ଠିତ ।

Jul 23 2023 10:26AM
(ପ୍ରସାଦ ଲିମାଙ୍କ ରିପୋର୍ଟ,) ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସଦର ମହକୁମା ସ୍ଥିତ ରାମେଶ୍ବର ନଗରରେ ଓଡ଼ିଶା ରାଜ୍ୟ ମାନବାଧିକାର ସଂରକ୍ଷଣ ପରିଷଦର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ପ୍ରଭାକର ପଣ୍ଟୁରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସ୍ବାଗତ ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ମାନବାଧିକାର ସଂରକ୍ଷଣ ପରିଷଦ ଗୁଣୁପୁର ଶାଖା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ପ୍ରଭାକର ପଣ୍ଟୁର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ମୂଖ୍ୟ ବକ୍ତା ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିପିନ୍ ବିହାରୀ ପାଲକା, ରାଜ୍ୟ ନିର୍ଦ୍ଧେଶକ ଶ୍ରୀ ଜି. ଚିନିକ୍ରିଷ୍ଣା, ରାଜ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଏଲ ନରସିଂହ ମୂର୍ତ୍ତି ଏବଂ ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଏଲ ଶବାରିଶଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ସହକାରେ ଆସନ ଅଳଙ୍କୃତ କରିଥିଲେ । ଏହି ପରିପ୍ରେକ୍ଷୀରେ ମଞ୍ଚାସୀନ ଅଧିକାରୀ ଏବଂ ଅନ୍ୟାନ୍ୟ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବା ବେଳେ ଉପସ୍ଥିତ ଜିଲ୍ଲା ସ୍ତରୀୟ ୪୦ ଜଣ ଓଡ଼ିଶା ରାଜ୍ୟ ମାନବାଧିକାର ସଂରକ୍ଷଣ ପରିଷଦର ସଦସ୍ୟମାନେ ଏକତ୍ରିତ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥଗ୍ରହଣ କରିଥିଲେ । ଅଞ୍ଚଳର ପ୍ରତିଗ୍ରାମ ପରିଦର୍ଶନ କରି ମୂଖ୍ୟତଃ ଅବହେଳିତ, ଅଭାବୀ ଗରିବ ଜନସାଧାରଣଙ୍କ ମୌଳିକ ଅଧିକାର ଗମନାଗମନ ସୁବିଧା, ସ୍ବାସ୍ଥ୍ୟ, ଶିକ୍ଷା, ବାସଗୃହ, ଘରଡିହ ପଟ୍ଟା,ଗୃହହୀନ/ବାସହରା, ପାନୀୟ ଜଳ, ଭତ୍ତା,ରେସନ କାର୍ଡ, ସର୍ଭେ ସହ ସାମାଜିକ ବିରୋଧୀ, ଦୁର୍ନୀତି ଆଚରଣ ବିଧି ଓ ଆଇନ୍ ଉଲ୍ଲଂଘନକାରୀଙ୍କୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଓ ଉଚିତ୍ ନ୍ୟାୟ ପ୍ରଦାନ ନିମନ୍ତେ ଶପଥ ଗ୍ରହଣ କରିଥିଲେ । ସୂଚନା ଥାଉକି ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ମାନବଙ୍କ ସମାନ ଅଧିକାର ରହିଥିବା ନେଇ ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ସାର୍ବଜନୀନ ମାନବ ଅଧିକାର ଘୋଷଣା କରିଥିଲେ ।ଆମ ଦେଶରେ ୧୯୯୩ ମସିହାରେ ଜାତୀୟ ମାନବାଧିକାର ଆୟଗ କାର୍ଯ୍ୟକାରୀ ହୋଇଥିବା ବେଳେ ୨୦୦୩ ମସିହାରେ ଓଡ଼ିଶା ରାଜ୍ୟରେ ମାନବାଧିକାର ଆୟଗ କାର୍ଯ୍ୟକାରୀ ହୋଇଥିଲା । ସଭା ଶେଷରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିପିନ ବିହାରୀ ପାଲକା ଉପସ୍ଥିତ ସଭାସଦ୍ ମାନଙ୍କୁ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ ।