ପୁରା ଖବର ବିଷୟରେ



ପରିଷଦର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ନିମନ୍ତେ ଏମଓୟୁ ତଥା ଚୁକ୍ତିନାମା ପତ୍ର ସ୍ବାକ୍ଷର

Jul 21 2023 8:40PM
( ପ୍ରସାଦ ଲିମାଙ୍କ ରିପୋର୍ଟ ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ କାର୍ଯ୍ୟାଳୟ ପରିଷଦ ଅଧ୍ୟକ୍ଷା ଚାମ୍ବରରେ ପରିଷଦ ଅଧିନସ୍ଥ ସହରର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ନିମନ୍ତେ ଆଜି ଅପରାହ୍ନ ସଢେ ୧ ଘଣ୍ଟା ସମୟରେ ପରିଷଦ ଅଧ୍ୟକ୍ଷା ସୂଶ୍ରୀ ସରିମିତା ଶବରଙ୍କ ଉପସ୍ଥିତରେ ଶ୍ରୀ ଇନ୍ଫା ଷ୍ଟ୍ରକ୍ଚର ଫାଇନାନ୍ସ ଲିମିଟେଡ଼ କଲିକତାର ଅର୍ବାନ ପ୍ଲାନର ଶ୍ରୀ ଅର୍ନେବ ବିଶ୍ବାସଙ୍କ ସହ ନିର୍ବାହୀ ଅଧିକାରୀ ଶ୍ରୀ ମୁରଲି କୃଷ୍ଣ ପଣ୍ଡାଙ୍କ ଉତ୍ତମ ବୁଝାମଣାରେ ଓ ଯୁଗ୍ମ ଦସ୍ତଖତରେ ଚୁକ୍ତିନାମା ପତ୍ର ସ୍ବାକ୍ଷର ତଥା ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ ଏହାର ସାକ୍ଷୀ ଭାବେ ଦସ୍ତଖତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ଏକ ମାସ ମଧ୍ୟରେ ଆରମ୍ଭ କରାଯିବ ବୋଲି ନଗର ପ୍ଲାନର ଶ୍ରୀ ଅର୍ନେବ ବିଶ୍ବାସ ସୂଚନା ଦେଇଛନ୍ତି ।