Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ଧାମନଗର BBCC ବ୍ୟାଙ୍କ ଶାଖା ପରିଚାଳକଙ୍କ ନାମରେ ଋଣ ହାତେଇବା ଅଭିଯୋଗ
Jul 21 2023 8:23PM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ ଥିବା ବାଲେଶ୍ଵର ଭଦ୍ରକ ସେଣ୍ଟ୍ରାଲ କୋ ଅପରେଟିଭି ବ୍ୟାଙ୍କ ର ଶାଖା ପରିଚାଳକ ଶ୍ରୀଯୁକ୍ତ ମାନସ ରଞ୍ଜନ ମହାପାତ୍ର ଙ୍କ ନାମରେ ଆସିଛି ନିଜ ପରିବାର ଲୋକଙ୍କ ନାମରେ ଋଣ ହାତେଇବା ଭଳି ସାଙ୍ଘାତିକ ଅଭିଯୋଗ । ସୂଚନା ଅନୁସାରେ ଶ୍ରୀଯୁକ୍ତ ମହାପାତ୍ର ରକ୍ଷକ ହୋଇ ଭକ୍ଷକ ଭଳି କାର୍ଯ୍ୟ କରିଛନ୍ତି.ନିଜର ପଦବୀ କୁ ଅପବ୍ୟବହାର କରି ନିଜ ସ୍ତ୍ରୀ ଓ ପୁଅ ଙ୍କ ନାମରେ ଜାଲିଆତି କରି ଛ ଲକ୍ଷ କୋଡିଏ ହଜାର ଟଙ୍କା ଋଣ ହାତେଇଥିବା ଲିଖିତ ଅଭିଯୋଗ ବାଲେଶ୍ଵର ଭଦ୍ରକ ସେଣ୍ଟ୍ରାଲ କୋ ଅପରଟିଭି ବ୍ୟାଙ୍କ ସି.ଇ.ଓ ଙ୍କ ନିକଟରେ କରିଛନ୍ତି, ଧୂସୁରି ସେବା ସମବାୟ ସମିତିର ଋଣୀ ଓ ସଞ୍ଚୟ ଜମାକାରୀ ସଭ୍ୟ ମାନେ । ତେବେ ଏହି ଘଟଣାରେ ଆଜି ଧାମନଗର କୋ ଅପରଟିଭି ବ୍ୟାଙ୍କ କୁପ୍ତ ପ୍ରାଥମିକ ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀ ଭାବେ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ସେଠି ଓ ତାଙ୍କ ଟିମ ଆସି ତଦନ୍ତ କରିବା ସହିତ ଶାଖା ପରିଚାଳକ ଶ୍ରୀଯୁକ୍ତ ମହାପାତ୍ର ଙ୍କୁ ପଚରା ଉଚୁରା କରିଛନ୍ତି। ତେବେ ଚାଷୀ ଜଣେ ଋଣ ବିନା ଜୀବନ ହାରି ଦେଉଥିବା ବେଳେ ବଡ଼ ବଡ଼ିଆ ବାବୁମାନେ ନିଜର ପଦ ପଦବୀକୁ ଅପବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିବା ଘଟଣା ଏବେ ସାମ୍ନାକୁ ଆସୁଛି.ତେବେ ଏହି ଘଟଣାରେ ଶାଖା ପରିଚାଳକ ଶ୍ରୀଯୁକ୍ତ ମହାପାତ୍ର ଙ୍କୁ ନିଲମ୍ବିତ କରାଯାଉ ବୋଲି ସାଧାରଣରେ ଦାବି କରାଯାଉଛି।