ପୁରା ଖବର ବିଷୟରେ



ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ଜନଜାତି ବିକାଶ ମନ୍ତ୍ରୀଙ୍କ ରାୟଗଡା ଜିଲ୍ଳା ଗସ୍ତ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

Jul 20 2023 7:53PM
ରାୟଗଡା ଜିଲ୍ଳାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମେତ ରାଜ୍ୟ ସରକାରଙ୍କ ନୂତନ ଯୋଜନାଗୁଡିକର ସଫଳ ରୂପାୟନକୁ ନେଇ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡା ଓ ଗୁଣପୁର ଠାରେ ସମୀକ୍ଷା ବୈଠକରେ ଯୋଗ ଦେଇ ଆଲୋଚନା କରିଛନ୍ତି । ରାୟଗଡାର ସ୍ଥାନୀୟ ପ୍ରଦିକ୍ଷଣ ଗୃହ ସମ୍ମିଳନୀ କକ୍ଷ ଠାରେ ଙ୍କ ଉପସ୍ଥିତରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆମ ଓଡିଶା ନବୀନ ଓଡିଶା ନୂତନ ଯୋଜନାରେ ପ୍ରତି ପଂଚାୟତସ୍ତରରେ ସରକାରଙ୍କ ତରଫରୁ ମିଳିବାକୁ ଥିବା 50ଲକ୍ଷ ଟଙ୍କା ଅନୁଦାନଗୁଡିକୁ କିପରି ଭାବେ ଉନ୍ନୟନମୂଳକ କାର୍ଯ୍ୟରେ ସଠିକ୍ ବିନିଯୋଗ କରାଯାଇପାରିବ ସେ ନେଇ ଦୁଇଜଣ ମନ୍ତ୍ରୀ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଅନ୍ୟାନ୍ୟ ଯୋଜନାର ସଫଳ ରୂପାୟନ ଉପରେ ଆଲୋଚନା କରିଥିଲେ । ବିଶେଷ କରି ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଦିଗରେ ଭାଗବତ ଟୁଙ୍ଗି ତଥା ଗୋଷ୍ଠି କେନ୍ଦ୍ର ଭଳି ନିର୍ମାଣ ପାଇଁ 10ଲକ୍ଷ ଟଙ୍କା ବିନିଯୋଗ କରାଯିବାକୁ ଥିବା ବେଳେ ବଳକା 40ଲକ୍ଷ ଟଙ୍କା ଗ୍ରାମ ପଂଚାତୟର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ମୋ ଘର ଯୋଜନାରେ ଯେପରି ଅଧିକରୁ ଅଧିକ ହିତାଧିକାରୀ ବ୍ୟାଙ୍କ ଋଣ ସୁବିଧା ପାଇପାରିବେ ସେ ନେଇ ବିଡିଓମାନେ ହିତାଧିକାରୀଙ୍କୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବାସହୀନ ପରିବାରକୁ ଯଥାଶୀଘ୍ର ଘରଡିହ ପଟ୍ଟା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିଜୁ ପକ୍କାଘର ଭଳି ଆବାସ ଓ ଅନ୍ୟାନ୍ୟ ଗୃହ ନିର୍ମାଣ ଯୋଜନାଗୁଡିକରେ ହିତାଧିକାରୀମାନେ ସାମିଲ ହେବା ପରେ ମିଳୁଥିବା ଅନୁଦାନରେ ଗୃହ ନିର୍ମାଣ ପାଇଁ ଆବଶ୍ୟକ ବାଲି ଯେପରି ଠିକ୍ ସମୟରେ ମିଳିପାରିବ ଏବଂ ଏହାର ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବାକୁ ଉପସ୍ଥିତ କାଶିପୁର ଓ ରାୟଗଡା ତସହିଲଦାରମାନଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟ ରାଜ୍ୟ ବିଜେଡି ଉପସଭାପତି ଏନ.ଭାସ୍କର ରାଓ,ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ କଲ୍ୟାଣ ବିଭାଗ ଉପଦେଷ୍ଠା ପୃଥିରାଜ ସାହୁ,ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା,ରାୟଗଡା ବିଡିଓ ଲକ୍ଷ୍ମୀକାନ୍ତ ସାବତ,କାଶିପୁର ବିଡିଓ ମନିଷା ଦାସଙ୍କ ସମତେ ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା,ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକାଙ୍କ ସମେତ ରାୟଗଡା ଓ କାଶିପୁର ବ୍ଳକର ଜନ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।