ପୁରା ଖବର ବିଷୟରେ



ଥାନା ଅଧିକାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।

Jul 20 2023 12:30PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା କାର୍ଯ୍ୟାଳୟ କକ୍ଷରେ ଭାରାପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ଦିନବନ୍ଧୁ ଶବରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗୁଡ଼ାରୀ ଥାନା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ମୁରଲି କୃଷ୍ଣ ପଣ୍ଡା,ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ର,ରାମନାଗୁଡା ଭାରାପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସୁନିତା ବେହେରା ଯୋଗଦେଇଥିବା ବେଳେ ଗୁଡ଼ାରୀ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ,ଦଳୀୟ କର୍ମୀ, ଜନପ୍ରତିନିଧି ବିଭିନ୍ନ ବିଭାଗର କର୍ମଚାରୀ,ଥାନାର ସମସ୍ତ ଉପ ଆରକ୍ଷୀ ଅଧିକାରୀ, ଆରକ୍ଷୀ ଓ ଗୃହରକ୍ଷୀ ଏବଂ ଗୁଡ଼ାରୀ ପ୍ରେସ ୟୁନିୟନର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହି ବିଦାୟୀ ଥାନା ଅଧିକାରୀ ଶ୍ରୀ ଶବରଙ୍କ କାର୍ଯ୍ୟ ଦକ୍ଷତା, ସରଳତା, ନିଷ୍କପଟତା, ଉଦାରତା ଓ ଜନପ୍ରୀୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଦାୟୀ ଥାନା ଅଧିକାରୀ ଶ୍ରୀ ଶବରଙ୍କୁ ଉପଢ଼ୌକନ ସହ ଉପହାର ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହ ଦୁଇଜଣ କନେଷ୍ଟବଳଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସୂଚନା ମୁତାବକ ବିଦାୟୀ ଥାନା ଅଧିକାରୀ ଶ୍ରୀ ଶବରଙ୍କ କାର୍ଯ୍ୟକାଳ ୯-୧୦ ମାସ ଥିବା ବେଳେ ମାଲକାନଗିରି ଜିଲ୍ଲାକୁ ବଦଳୀ ହୋଇଥିବାରୁ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ଜନସାଧାରଣ ମାନେ ଦୁଃଖ ପ୍ରକାଶ କରିଛନ୍ତି । ଉକ୍ତ ସଭାକୁ ସବ ଇନିଷ୍ପେକ୍ଟର ଶ୍ରୀ ଜ୍ୟଚିନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ସବ୍ ଇନ୍ସପେକ୍ଟର ଶ୍ରୀ ଗୟା ସୁଦ୍ଧିନ ଖାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ ।