ପୁରା ଖବର ବିଷୟରେ



ଜାତୀୟ କଵି ବାଞ୍ଛାନିଧି ମହାନ୍ତି ଙ୍କ ପ୍ରତିମୃତି କୁ ନେଇ ବିବାଦ। ଧାରଣାରେ ବସିଲେ ସାମାଜିକ କର୍ମୀ।

Jul 20 2023 9:25AM
(ମିଥୁନ ଦାସ ଙ୍କ ସ୍ଵତନ୍ତ୍ର ରିପୋର୍ଟ) " କହ କହ କେଉଁ ଜାତି ପାଇଛି ମୁକତି କରି ହାରି ହୁରି ଗୁହାରୀ। ପାଇଛି କେ ସୁଖ ଲିଭାଇଛି ଦୁଃଖ ମାଗିମାଗି ପଥ ଭିକାରୀ" ଭାରତୀୟ ମୁକ୍ତି ସଂଗ୍ରାମର ନିଜର ଜ୍ଵାଳାମୟୀ କବିତା ମାଧ୍ୟମରେ ଦିନେ ଯିଏ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ମନରେ ଭରିଦେଇଥିଲେ ଜାତୀୟ ଉନ୍ମାଦନା ଓ ଶିହରଣ ସେହି ରକ୍ତ ରଞ୍ଜିତ ସହୀଦ ମାଟି ଇରମ ର ଜାତୀୟ କଵି ବାଞ୍ଛାନିଧି ମହାନ୍ତି ଙ୍କ ପ୍ରତିମୃତି ସ୍ଥାପନ କୁ ନେଇ ଏକ ବିବାଦ ଦେଖାଦେଇଛି। ସୂଚନାଯୋଗ୍ୟ ବାସୁଦେବପୁର ବଜାର ମୁଖ୍ୟ ହାଇସ୍କୁଲ ଛକ ନିକଟରେ ପୂର୍ବରୁ ଶହୀଦ ତିର୍ଥଯାତ୍ରୀ ସଂଘ ର ସଭାପତି ଵୈଲୋଚନ ଜେନା ଙ୍କ ଉଦ୍ୟମ କ୍ରମେ ଛଅ ଫୁଟ ଉଚ୍ଚତା ବିଶିଷ୍ଟ କଵି ଙ୍କର ଏକ ପ୍ରତିମୃତି ସ୍ଥାପନ କରାଯାଇଥିଲା। ରାସ୍ତା ସମ୍ପ୍ରସାରଣ ଆଳରେ ଜାତୀୟ କଵି ଙ୍କର ପ୍ରତିମୃତି କୁ ଅମାନବୀୟ ଭାଵେ ଵୁଲ୍ ଡୋଜର୍ ଲଗାଇ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯିବା ପରେ ତାକୁ ନେଇ ବାସୁଦେବପୁର ଜନସାଧାରଣ ଙ୍କ ମନରେ ନାହିଁ ନ ଥିବା ଉତ୍ତେଜନା ଦେଖାଦେଇଥିଲା।ପରେ ପ୍ରଶାସନ ପକ୍ଷରୁ ହାଇସ୍କୁଲ ଛକ ଠାରେ ଏକ ଗୋଲେଇ କରି ଜାତୀୟ କଵି ବାଞ୍ଛାନିଧି ମହାନ୍ତି ଙ୍କର ପ୍ରତିମୃତି ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।ଏଵେ ସେହି ଗୋଲେଇ ଠାରେ କଵି ବାଞ୍ଛାନିଧି ମହାନ୍ତି ଙ୍କର ଏକ ପ୍ରତିମୃତି ସ୍ଥାପନ କରାଯାଇଛି।ମାତ୍ର ଏହି ପ୍ରତିମୃତି ଅନାବରଣ ହେଵା ପୂର୍ବରୁ କଵି ଙ୍କର ଏକ ଛୋଟ ପ୍ରତିମୃତି ସ୍ଥାପନ କରାଯାଇଥିବା ଦେଖି ସହୀଦ ତିର୍ଥଯାତ୍ରୀ ସଂଘ ର ସଭାପତି ତଥା ସ୍ବାଧୀନତା ସଂଗ୍ରାମୀ ଵୈଲୋଚନ ଜେନା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ଵେହେରା, ଆଇନ୍ ଜୀଵି ନିରୋଦ ଦାସ, ସାମାଜିକ କର୍ମୀ ମହେଶ୍ୱର ଧଳ ପ୍ରମୁଖ ଏହାର ପ୍ରତିବାଦ କରି କଵି ଙ୍କର ପ୍ରତିମୃତି ତଳେ ଧାରଣାରେ ବସିଥିଲେ।ପରେ ବାସୁଦେବପୁର ତହସିଲଦାର ଧାରଣାରେ ବସିଥିବା ବ୍ୟକ୍ତି ମାନଙ୍କୁ ବୁଝାସୁଝା କରଵା ପରେ ଧାରଣାରତ ସାମାଜିକ କର୍ମୀ ମାନେ ଧାରଣା ସ୍ଥଳରୁ ଉଠିଥିଲେ। ମାତ୍ର ଏଠି ପ୍ରଶ୍ନ ଉଠୁଛି ଦେଶ ପାଇଁ ସଂଗ୍ରାମ କରି ମାତ୍ର 40 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଜାତୀୟ କଵି ବାଞ୍ଛାନିଧି ମହାନ୍ତି ଙ୍କ ପ୍ରତିମୃତି କୁ କାହିଁକି ଏତେ ଛୋଟ କରି ବାସୁଦେବପୁର ଵାସୀ ଙ୍କ ସ୍ବାଭିମାନ ଉପରେ କୋଠାର ଘାତ କରାଗଲା। ଦେଖିବାକୁ ଵାକି ରହିଲା ଶ୍ରଦ୍ଧା ଓ ସମ୍ମାନର ସହିତ ଜାତୀୟ କଵି ବାଞ୍ଛାନିଧି ମହାନ୍ତି ଙ୍କ ପ୍ରତିମୃତି ସ୍ଥାପନ କରିବ କି ? ପ୍ରଶାସନ।