ପୁରା ଖବର ବିଷୟରେ



ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ରାୟଗଡ଼ା ଜିଲ୍ଲାପାଳ ଗ୍ରହଣ କଲେ ଭୂମି ସମ୍ମାନ ।

Jul 20 2023 8:58AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତି ସ୍ବଧାଦେବ ସିଂଙ୍କୁ ଭୂମି ସମ୍ମାନ ୨୦୨୩ ସମ୍ମାନିତ କରିବା ସହ ମାନପତ୍ର ଓ ଫଳକ ପ୍ରଦାନ କରିଥିଲେ । ଏଥିସହ ରାୟଗଡ଼ା ଜିଲ୍ଲାର ସମସ୍ତ ସମସ୍ତ ତହସିଲର ଖତିୟାନ କମ୍ପ୍ୟୁଟରୀକରଣ, କାଡାଷ୍ଟ୍ରାଲ ମ୍ୟାପ ଆଧୁନିକୀକରଣ, ଖତିୟାନ ସହ କାଡାଷ୍ଟ୍ରଲ ମ୍ୟାପ ସଂଯୋଗୀ କରଣ, ଅନଲାଇନ୍ ଜମି ପଞ୍ଜିକରଣ, ରେକର୍ଡ ରୁମ୍ ଆଧୁନିକୀକରଣ ଆଦିର ମାନଦଣ୍ଡ ଉପରେ ସମୀକ୍ଷା କରି ଶତପ୍ରତିଶତ ଲକ୍ଷ ଧାର୍ଯ୍ୟ ହାସଲ କରିଥିବାରୁ ଓଡ଼ିଶା ରାଜ୍ୟର ରାୟଗଡ଼ା ଜିଲ୍ଲାକୁ ପ୍ଲାଟିନମ ଗ୍ରେଡ଼ର ସଫଳତା ମିଳିଥିବା ବେଳେ ଆଜି ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତି ସ୍ବଧାଦେବ ସିଂଙ୍କୁ ଭୂମି ସମ୍ମାନରେ ସମ୍ମାନୀତ କରାଯାଇଛି । ଉକ୍ତ ସମ୍ମାନ ଭାରତ ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ,ଭୂ-ସଂପଦ ବିଭାଗ ଦ୍ଵାରା ଭୂମି ସମ୍ମାନ ପ୍ରଦାନ କରାଯାଇଛି । ଆଜିର ଏହି ଭୂମି ସମ୍ମାନ ଉତ୍ସବରେ ଜିଲ୍ଲାପାଳ ଶ୍ରୀମତି ସ୍ବଧାଦେବ ସିଂଙ୍କ ସହ ଗୁଡ଼ାରୀ ତହସିଲଦାର ଶ୍ରୀମତି ଭାରତୀ ଦେବୀ, ମୁନିଗୁଡା ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଉପସ୍ଥିତ ରହିଥିଲେ ।