ପୁରା ଖବର ବିଷୟରେ



ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ୨୦୨୩ ପାଳିତ ।

Jul 19 2023 10:27AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ଅନ୍ତର୍ଗତ ଶ୍ରୀକ୍ଷେତ୍ର କଲ୍ୟାଣ ମଣ୍ଡପରେ ବ୍ଳକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡ଼ିଶା ସରକାର ତଥା ବିଷମକଟକ ବିଧାୟକ ଶ୍ରୀ ଜଗନ୍ନାଥ ସାରକା, ସମ୍ମାନୀତ ଅତିଥି କୋଲନରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା କୁଲସିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସୁଶ୍ରୀ ସରସ୍ବତୀ ମାଝୀ , ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୁୟା ମାଝୀ, ଜିଲ୍ଲା ପରିଷଦ ସଭ୍ୟ କୋଲନରା ଶ୍ରୀ ଧବଳେଶ୍ବର ନାଇଡୁ, ସ୍ୱତନ୍ତ୍ର ବିକାଶ ପରିଷଦ ରାୟଗଡା ସଭ୍ୟ ଶ୍ରୀ ଟି. ଆଙ୍କେଟି, କୋଲନରା ବିଡ଼ିଓ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ, ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଯସ୍ମୀନ ଶୁଭଦର୍ଶିନୀ ସାହୁ, ଆଦି ଯୋଗଦାନ କରି ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ଯସ୍ମୀନି ଶୁଭଦର୍ଶିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଜିଲ୍ଲାରେ ପଞ୍ଜୀକୃତ ସଂଘଠିତ ଓ ଅଣସଙ୍ଘଠିତ ଶ୍ରମିକ ମାନଙ୍କ ତାଲିକା ଉପସ୍ଥାପନ କରିବା ସହ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l ରାୟଗଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ମୋଟ ୧,୦୧,୬୧୨ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମୋଟ ୨,୩୭,୪୭,୪୧୮ ଟଙ୍କା ଲେବର ସେସ୍ ଆଦାୟ କରାଯାଇଅଛି । ଏଥିସହିତ ୨୦୨୩-୨୦୨୪ ଆର୍ଥିକ ବର୍ଷରେ ଶ୍ରମିକ ମାନଙ୍କୁ ୫୦ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ୨,୫୬,୨୦୦ ଟଙ୍କା, ୬୩ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ୩୦,୫୦,୦୦୦ଟଙ୍କା, ପ୍ରସୂତୀକାଳିନ ସହାୟତା ୮ ଜଣ ହିତାଧିକାରୀଙ୍କୁ ୮୦ ହଜାର ଟଙ୍କା, ମୃତ୍ୟୁ ଓ ଅନ୍ତେଷ୍ଟିକ୍ରୟା ସହାୟତା ପାଇଁ ୨୫୯ ଜଣ ହିତାଧିକାରୀଙ୍କୁ ୨,୫୨,୭୬,୦୦୦, ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ସର୍ଵମୋଟ ୩୮୦ ଜଣ ହିତାଧିକାରୀଙ୍କୁ ୨୮,୬,୬୨,୨୦୦ ଟଙ୍କା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ସାହୁ ଆଲୋକପାତ କରିଥିଲେ ।