ପୁରା ଖବର ବିଷୟରେ



ମାନ୍ୟବର ଗୁଣୁପୁର ବିଧାୟକଙ୍କ ଦ୍ଵାରା ୭୫ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

Jul 19 2023 10:23AM
( ପ୍ରସାଦ ଲିମାଙ୍କ ରିପୋର୍ଟ) ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗସ୍ତ କରି ମଧୁବାବୁ ପେନସନ ଯୋଜନାରେ ୭୫ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ସୁଶ୍ରୀ ଅନିଶା ଦାସଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ସମିତି ଉପାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କ ଯୋଗଦେଇ ଥିବାବେଳେ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୭୫ ଜଣ ହିତାଧିକାରୀଙ୍କୁ ନୂତନ ଭାବେ ଚଳିତ ମାସର ଭତ୍ତା ୫ ଶହ ସହିତ ଭତ୍ତା କାର୍ଡ ବଣ୍ଟନ କରିଥିବା ବେଳେ ତନ୍ମଧ୍ୟରୁ ବାର୍ଦ୍ଧକ୍ୟ ୩୨ ଜଣ, ବିଧବା ୨୮ ଜଣ, ଭିନ୍ନକ୍ଷମ ୧୩ ଜଣ ଏବଂ ସ୍ବାମୀ ପରିତ୍ବକ୍ତା ମହିଳା ୨ ଜଣ, ସର୍ବମୋଟ ୭୫ ଜଣ ହିତାଧିକାରୀଙ୍କୁ ଭତ୍ତା ସହ ଭତ୍ତା କାର୍ଡ ପ୍ରଦାନ କରିଥିଲେ ।