ପୁରା ଖବର ବିଷୟରେ



ୟୁନିଫର୍ମ ସିଭିଲ କୋଡ୍ ବିରୋଧରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜ୍ଞାପନ ପତ୍ର ପ୍ରଦାନ

Jul 19 2023 10:22AM
(ପ୍ରସାଦ ଲିମାଙ୍କ ରିପୋର୍ଟ) କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୟୁନିଫର୍ମ ସିଭିଲ କୋଡ୍ ତଥା ସମାନ ନାଗରିକ ସଂହିତା ଆଇନ ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଂଗଠନ ମାଧ୍ୟମରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟରେ ଧାରଣା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜ୍ଞାପନ ପତ୍ର ପ୍ରଦାନ ଯାଇଛି । ଏହି ଆନ୍ଦୋଳକୁ ସଫଳ କରିବା ପାଇଁ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ପ୍ରତାପ ପିଆଲା, ଜିଲ୍ଲା ସଂଯୋଜକ ଶ୍ରୀ ଲେଲୀ ମାଝୀ, ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଶ୍ରୀ ରାମ ପ୍ରସାଦ ବାଉରୀ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଜୟରାମ ହୁଇକା, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଭୀମସେନ ନାୟକ, ଅଲ୍ ଇଣ୍ଡିଆ ସେଡୁଲକାଷ୍ଟ ଫେଡେରେସନ ଜିଲ୍ଲା ସଂଯୋଜକ ଶ୍ରୀ ପ୍ରିତମ କୁମାର ଖରା, ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ,ଶ୍ରୀ ଜଗବନ୍ଧୁ ଲିମା, ରାଷ୍ଟ୍ରୀୟ ପୀଛିଡା ବର୍ଗ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଶ୍ରୀ ରବି ନାରାୟଣ ଗୌଡ଼ ଏବଂ ବିଭିନ୍ନ ତହସିଲର ଶତାଧିକ ବହୁଜନ ମୂଳନିବାସୀ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରି ଆନ୍ଦୋଳନକୁ ସଫଳ କରିଥିଲେ। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଂଗଠନର ରାଜ୍ୟ ସଭାପତି ମାନନୀୟ ପ୍ରଦୀପ କୁମାର କହଁର ଓ ରାଷ୍ଟ୍ରୀୟ ସଭାପତି ମାନନୀୟ ଏଚ.ଏନ୍. ରେକ୍ୱାଲ ସାହେବଙ୍କ ନେତୃତ୍ୱରେ ସାରା ଭାରତର ୩୧ ରାଜ୍ୟ, ୫୮୦ ଜିଲ୍ଲା,୨୨ ହଜାର ତହସିଲ,୪୦ ହଜାର ବ୍ଲକ୍ ଓ ୨.୫ ଲକ୍ଷ ଗ୍ରାମରେ ଭୌଗୋଳିକ ଓ ୪ ହଜାର ଜାତିର ସାମାଜିକ ନେଟୱର୍କ ମାଧ୍ୟମରେ,"ୟୁନିଫର୍ମ ସିଭିଲ କୋଡ" ଆଇନ୍ ବିରୋଧରେ ୪ ଚରଣ ବଦ୍ଧ ଆନ୍ଦୋଳନ ଯଥାକ୍ରମେ, ଜୁଲାଇ ୬ ରେ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଓ ଜ୍ଞାପନ,ଜୁଲାଇ ୧୮ରେ ୨୨ ହଜାର ତହସିଲରେ ଧାରଣା ଓ ଜ୍ଞାପନ ପତ୍ର,ଜୁଲାଇ ୨୭ ରେ ୫୮୦ ଜିଲ୍ଲରେ ରାଲୀ ଓ ଜ୍ଞାପନ ପତ୍ର ଏବଂ ଅଗଷ୍ଟ ୭ ତାରିଖ ରେ " ଭାରତ ବନ୍ଦ " ଡାକରାର କାର୍ଯ୍ୟକ୍ରମ ରହିଅଛି।ଏଣୁ ଏହି ଜନ ବିରୋଧୀ ଆଇନକୁ ବିରୋଧ କରି ଆନ୍ଦୋଳନକୁ ସଫଳ କରିବାକୁ ସମସ୍ତ ଜନସାଧାରଣଙ୍କୁ ସଂଗଠନ ତରଫରୁ ଅନୁରୋଧ କରାଯାଇଥିବା ସୂଚନା ମିଳିଛି ।