ପୁରା ଖବର ବିଷୟରେ



ଶିକ୍ଷା କ୍ଷେତ୍ରରେ ଅଭିଭାବକ ମାନଙ୍କ ଭାଗୀଦାରିତା ଶୀର୍ଷକ କର୍ମଶାଳା।

Jul 16 2023 12:05PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ବ୍ଲକ ଅଧିନସ୍ଥ ଅନୁସୂଚୀତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଅତଡ଼ା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଅଭିଭାବକ ମାନଙ୍କର ଭାଗିଦାରିତା ଶୀର୍ଷକ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉକ୍ତ ବ୍ଲକ ର ୧୧ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ,ମେଟ୍ରନ,ସେବାୟତ,ଏ. ଏନ.ଏମ ମାଙ୍କ ସହିତ ଅତଡ଼ା ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ର ସଭାପତି ଶ୍ରୀ ତ୍ରିଲୋଚନ ମାଣ୍ଡାଙ୍ଗି ଯୋଗ ଦେଇ ଥିଲେ। ଅତଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପ୍ତି କୁମାରୀ ଜେନା କାର୍ଯ୍ୟକ୍ରମରେ ପୌରୋହିତ୍ୱା କରି ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାରେ ଅଭିଭାବକ ମାନଙ୍କର ଭାଗିଦାରିତା କିଭଳି ଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି- ଅଭିଭାବକ,ଶିକ୍ଷକ ଓ ବିଦ୍ୟାଳୟ ମାନଙ୍କ ମଧ୍ୟରେ ପରସ୍ପର ସୁସମ୍ପର୍କ ଉପରେ ନିର୍ଭର କରେ,ଅଧ୍ୟୟନ କରୁଥିବା ଶିଶୁମାନଙ୍କ ପରିବାର ମାନଙ୍କୁ ସୁଦୃଢ଼ କରିବା ସହ ଶିକ୍ଷା କ୍ଷେତ୍ରରେ ଶିଶୁମାନଙ୍କର ବିଦ୍ୟାଳୟରେ ଶତପ୍ରତିଶତ ଉପସ୍ଥିତି,ପ୍ରଗତି ଓ ସଫଳତାକୁ ମଜଭୁତ କରିବା ସଂଗେସଂଗେ ଅଭିଭାବକ ମାନଙ୍କ ଦକ୍ଷତା,ଆତ୍ମବିଶ୍ବାସ କୁ ସୁଦୃଢ଼ କରେ ସେ ସଂପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ ଉପସ୍ଥିତ ବିଲେଶୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଲାଡି ଶ୍ରୀନିବାସ ଓ କେରଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବଚା ତିରୁପତି ରାଓ ଅଭିଭାବକ ମାନଙ୍କ ସହ ଥିବା ପ୍ରତ୍ୟକ୍ଷ ଅନୁଭୂତି ବଖାଣି ଥିଲେ। ଉକ୍ତ କର୍ମଶାଳାକୁ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଅନଙ୍ଗ ଦେବ ବିଡ଼ିକା ଓ ଶ୍ରୀ ବିମଳ ରାଇକା ବିଦ୍ୟାଳୟ ସ୍ତରରେ "ପେରେଣ୍ଟ ଏଜ୍ ପାଟନର୍" କାର୍ଯ୍ୟକ୍ରମକୁ କିଭଳି କାର୍ଯ୍ୟକାରୀ କରାଯିବ ତାହା ଉପରେ ବିଶେଷ ଅବଗତ କରିଥିଲେ।