ପୁରା ଖବର ବିଷୟରେ



ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟରେ ସ୍ଥାନୀୟ କରଣକୁ ନେଇ ଶନିବାର ପାଳଲହଡା ବ୍ଲକ ସଭାଗୃହ ପରିସରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

Jul 16 2023 12:02PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ବ୍ଲକ ପ୍ରଶାସନ ତରଫରୁ ଉଦଘାଟନ କାର୍ଯ୍ୟକ୍ରମ ରେ ପାଳଲହଡା ବ୍ଲକ ଅଧ୍ୟକ୍ଷ୍ୟା ରୀନାରାଣୀ ନାଏକ,ବିଡ଼ିଓ ଦିଲ୍ଲୀପ କୁମାର ବାଡା, ଏ ବିଡ଼ିଓ ସୁଦାମ ଚରଣ ସାମଲ,ଜିପିଓ ଯୁଧିଷ୍ଠିର ସାହୁ, ଏପିଓ ଚିତ୍ତରଞ୍ଜନ ସାହୁ,ବ୍ଲକ ସମାଜ କଲ୍ୟାଣ ଅଧିକାରୀ ମନୋରଞ୍ଜନ ରାଉତ, BLC ଗୁରୁଚର ପ୍ରଧାନ ପ୍ରମୁଖ ପ୍ରଶିକ୍ଷଣ ଦେବାରେ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଲକ୍ଷ୍ୟକୁ ନେଇ ଦାରିଦ୍ର୍ୟ ମୁକ୍ତ ହୋଇ ଜୀବିକାରେ ଯୁକ୍ତ ହେବା, ପ୍ରତ୍ୟେକ ପଞ୍ଚାୟତ ସମୃଦ୍ଧିଶୀଳ ହୋଇ ଅନ୍ୟକୁ ରୋଜଗାର କ୍ଷମ କରି ଆତ୍ମନିର୍ଭର ହେବା ପାଇଁ ଶିକ୍ଷଣୀୟ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସରପଞ୍ଚ ଏବଂ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ଅଙ୍ଗନ ୱାଡି କର୍ମୀ, ଆଶା କର୍ମୀ,ମିଶନ ଶକ୍ତି ବିଭାଗର MBK, CRP ଏବଂ କାର୍ଯ୍ୟରତ କର୍ମଚାରୀ ମଧ୍ୟ ଭାଗ ନେଇଥିଲେ। ପ୍ରଥମ ଦିନରେ ବ୍ଲକର ୫ଟି ପଞ୍ଚାୟତର ପ୍ରତିନିଧି ଓ କର୍ମଚାରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ସୋମବାର ଠାରୁ ପାଳଲହଡ଼ା ସଭାଗୃହ ଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 21 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।