ପୁରା ଖବର ବିଷୟରେ



ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ, ବିଭିନ୍ନ ମହଲରୁ ଶୁଭେଚ୍ଛା ।

Jul 11 2023 9:35PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ଆଜି ନୂତନ ପ୍ରଧାନ ଶିକ୍ଷକ ଭାବରେ ମିସ୍ ନମିତା ପ୍ରଧାନ (ଓ.ଇ.ଏସ୍-୨) ଯୋଗଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମିସ୍ ପ୍ରଧାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ଏହି ଶୁଭ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା ଓ ଜିସିଡି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସମସ୍ତ ପରିବାର ସଦସ୍ୟ ମିସ୍ ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ଏକ ପରିଚୟ ଆଦାନ ପ୍ରଦାନ କିଛି ତରଙ୍ଗାୟିତ ମୂହୁର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ଶୈଳୀରେ ଉନ୍ନତି ମାନର ପରିଲକ୍ଷିତ ହେବ ସେଥିପାଇଁ ସଂକଳ୍ପ କରିଥିଲେ । ସୂଚନା ଥାଉ କି ଏଥି ପୂର୍ବରୁ ଉକ୍ତ ଦାୟିତ୍ଵରେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଶ୍ରୀଯୁକ୍ତ ଭାଜନଲାଲ ମାଝୀ ରହିଥିଲେ । ଉକ୍ତ ଦାୟିତ୍ଵକୁ ମିସ୍ ନମିତା ପ୍ରଧାନଙ୍କୁ ଯୁଗ୍ମ ଦସ୍ତଖତ ରେ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭାଗୀୟ ପକ୍ଷରୁ ଆଶାର ସଞ୍ଚାର ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି ।