ପୁରା ଖବର ବିଷୟରେ



ଗୁଡାରୀ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ୭୪ ତମ ବନ ମହୋତ୍ସବ ପାଳନ ।

Jul 11 2023 12:40PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଞ୍ଚାୟତ ଡଃ ଗିରିଧର ଉଚ୍ଚ ବିଦ୍ୟାଳୟ ଏମ କେ ରାଇରେ ଆଜି ପୂର୍ବାହ୍ନ ସାଢ଼େ ୧୦ ଘଣ୍ଟା ସମୟରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାୟଗଡ଼ା ଜିଲ୍ଲା ବନଖଣ୍ଡ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ରଙ୍କ ତତ୍ତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଗୁଡ଼ାରୀ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ସ୍ଥାନୀୟ ସରପଞ୍ଚ ଶ୍ରୀମତି ତେୟାର ଗ୍ରାସ୍ମୀ ଶବର, ସମିତି ଉପାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ଶବର, ବିଦ୍ୟାଳୟର ସଭାପତି, ବ୍ଳକ ବିଜେଡି ସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତି, ବିଜେଡି ଜିଲ୍ଲା ଉପସଭାପତି ଶ୍ରୀ କେଦାରନାଥ ସାହୁ,ବନପାଳ ଶ୍ରୀ ନରସିଂହ ଶତପଥି , ବନପାଳ ସୁଶ୍ରୀ ସୁଶିଳା ମଲ୍ଲିକ ଏବଂ ବନ ବିଭାଗର ସମସ୍ତ କର୍ମଚାରୀ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭଗବାନ ତୁଳ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲ ପରିଚାଳନା କମିଟି ସଭାପତି ଓ ସଦସ୍ୟ, ଅଞ୍ଚଳର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଶ୍ରେଣୀ ଗୃହରେ ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକସଭା ଅନୁଷ୍ଠିତ ହୋଇଥିଲା। ଶ୍ରୀ ମିଶ୍ର ଗଛ ଲଗାଇବା କାହା ପାଇଁ, ଗଛର ଉପକାରିତା ଓ ଗୁଣବତ୍ତା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ୭୦ ଗୋଟି ଚାରା ରୋପଣ କରିଥିଲେ ।