ପୁରା ଖବର ବିଷୟରେ



ଜନତା ଙ୍କ ପାଇଁ ଜନ ଆନ୍ଦୋଳନ କରିଛି ବିଜେପି।

Jul 10 2023 9:36PM
(ଅମଲ କୁମାର ମଣ୍ଡଲ ଙ୍କ ରିପୋର୍ଟ) ଜନତା ଙ୍କ ପାଇଁ ଜନ ଆନ୍ଦୋଳନ କରିଛି ବିଜେପି। ମାଲକାନଗିରି ଜିଲ୍ଲା କାଲିମେଳା ଏମଭି 88 ଠାରେ ଜିଲ୍ଲା ବିଜେପି ପକ୍ଷରୁ ଆଜି ଜନ ଆନ୍ଦୋଳନ କରାଯାଇଛି। ପ୍ରଧାନ ମନ୍ତ୍ରୀ ଆବାସ ପାଇଁ ଆସିଥିବା ବାଲି, ଗୋଡ଼ି ଆଣୁଥିବା ଗାଡି ମାନଙ୍କୁ ମୋଟୁ ତହସିଲ୍ ଜୋରିମାନା କରିବା ବିରୁଦ୍ଧରେ ଆଜି ଜନ ଆନ୍ଦୋଳନ ଡ଼ାକରା ସହ ଆନ୍ଦୋଳନ କରିଛି ବିଜେପି। ଏଥି ସହ ବର୍ଷା ସମୟରେ ପ୍ରଧାନ ମନ୍ତ୍ରୀ ଆବାସ ମିଳିଥିବା ଯୋଗୁଁ ବୋନସ ର ସମୟ ସୀମା ମଧ୍ୟ 4 ମାସ ବଦଳ ରେ 8 ମାସ କରିବାକୁ ଦାବି ହୋଇଛି। ରାଜସ୍ୟ ବିଭାଗ ପ୍ରଧାନ ମନ୍ତ୍ରୀ ଆବାସ ପାଇଁ ଆସୁଥିବା ବାଲି ଗୋଡ଼ି ଗାଡି କୁ ଛାଡିବା ସହ କାର୍ଯ୍ୟ ରେ ବାଧା ନ ଦେବା ପାଇଁ ଦାବି କରିବା ସହ ଏଥିରେ ଜିଲ୍ଲାପ୍ରଶାସନ ସମନ୍ଵୟ ରକ୍ଷା ନ କଲେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ ରତ ମାଲକାନଗିରି ବିଜେପି ବିଧାୟକ ଆଦିତ୍ୟ ମାଢ଼ି ସୂଚନା ଦେଇଛନ୍ତି।ବର୍ଷା ଦିନ ରେ ପ୍ରଧାନ ମନ୍ତ୍ରୀ ଆବାସ କାର୍ଯ୍ଯାଦେଶ ମିଳିଥିବା ବେଳେ ଚାଷ୍ କରିବେ ନା ଘର କାମ ସେପଟେ ପୁଣି ଧାର୍ଯ୍ୟ ସମୟ ମଧ୍ୟ ରେ କେମିତି କାମ ସାରିବେ ଚିନ୍ତା ରେ ହିତାଧିକାରୀ।ଏହାର ପ୍ରତିବାଦରେ ଆଜି ଏମ ଭି ୮୮ ଗ୍ରାମର ୩୨୬ ନଂ ଜାତୀୟ ରାଜପଥଉପରେ ଦେଣ୍ଡ ମାରି ରାସ୍ତା ଅବରୋଧ କରିଛନ୍ତି।ବିଜେପି ର ଏହି ଜନତା ଙ୍କ ପାଇଁ ଜନ ଆନ୍ଦୋଳନ ରେ SC ମର୍ଚ୍ଚା ଜିଲ୍ଲା ସଭାପତି ଉତ୍ତମ ରାୟ, ଜିଲ୍ଲା ଯୁବମର୍ଚ୍ଚା ସଭାପତି ଭବାନୀ ଶଙ୍କର ମୁଖାର୍ଜୀ, ଉପସଭାପତି ସମୀର ମିସ୍ତ୍ରୀ, ଜିଲ୍ଲା ସମ୍ପଧକ ସପନ ରାୟ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗା ଧର ସଡ଼ି, ବିଧାୟକ ପ୍ରତିନିଧି ରାଜକିଶୋର ମଣ୍ଡଳ।