ପୁରା ଖବର ବିଷୟରେ



ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତରେ ଓଡ଼ିଶା ରାଜ୍ୟ ମାନବାଧିକାର ସଂରକ୍ଷଣ ପରିଷଦ ରାୟଗଡ଼ା ଜିଲ୍ଲା କମିଟି ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ।

Jul 7 2023 11:45AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତରେ ଓଡ଼ିଶା ରାଜ୍ୟ ମାନବାଧିକାର ସଂରକ୍ଷଣ ପରିଷଦ ରାୟଗଡ଼ା ଜିଲ୍ଲା କମିଟିର ଏକ ୬ ଜଣିଆ ଟିମ୍ ଆଜି ପୁର୍ବାହ୍ନ ସାଢ଼େ ୧୧ ଘଣ୍ଟା ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ଆଲୋଚନା କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରର ବରିବେଶ, ଶୌଚାଳୟ,ଗାଧୁଆ ଘର ଏବଂ ଏବଂ ପରିସ୍ଥିତି ଅନୁଧ୍ୟାନ କରି ସ୍ବାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ଡାକ୍ତର ଅରୁପା ନନ୍ଦ ବେହେରାଙ୍କ ସହ ସ୍ବାସ୍ଥ୍ୟକେନ୍ଦ୍ରର ପରିସ୍ଥିତି ଓ ପରିବେଶ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଥିଲେ । ସୂଚନା ମୁତାବକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରାପ୍ରାପ୍ତ ଅଧିକାରୀ ଡାକ୍ତର ଅରୁପା ନନ୍ଦ ବେହେରା, ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଅଭାବ ହେତୁ ସ୍ବାସ୍ଥ୍ୟକେନ୍ଦ୍ରର ପରିସ୍ଥିତି ଓ ବରିବେଶ ଏପରି ରହିଛି ବୋଲି ମନ୍ତବ୍ୟ ଦେଇଥିବା ପରିଦର୍ଶକ ମାନେ କହିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମାନବାଧିକାର ସଂରକ୍ଷଣ ପରିଷଦର ରାଜ୍ୟ ନିର୍ଦ୍ଧେଶକ ଶ୍ରୀ ଜି.ଚିନିକ୍ରଷ୍ଣା, ରାଜ୍ୟ ଅଧ୍ୟକ୍ଷ ଶ୍ରୀ ପ୍ରଭାକର ପଣ୍ଟୁର, ରାୟଗଡ଼ା ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଦାଶରଥି ଶବର, ଜିଲ୍ଲା ସମ୍ପାଦକ ଶ୍ରୀ ଶୁଶାନ୍ତ ଲିମା, ଗୁଣୁପୁର ବ୍ଳକ ସମ୍ପାଦକ ଶ୍ରୀ ବିକ୍ରମ ଶବର, ଏବଂ ଯୁଗ୍ମ ସମ୍ପାଦକ ଶ୍ରୀ ରାଜକ ଶବର ଉପସ୍ଥିତ ରହିଥିଲେ ।