ପୁରା ଖବର ବିଷୟରେ



ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ପାଇଁ ନିର୍ଦ୍ଦେଶ

Jul 6 2023 6:11PM
(ବ୍ୟୁରୋ ରିପୋର୍ଟ) ଧାମନଗର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ପ୍ରଥମ ବୈଠକ ପୁର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ଭଦ୍ରକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଧାମନଗର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।କମିଟିର ଅଧ୍ୟକ୍ଷ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ରେ ଜିଲ୍ଲାପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ,ଯୋଜନା ଓ ପରିଚାଳନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ,ଅତିରିକ୍ତ ମୂଖ୍ଯ ଉନ୍ନୟନ ଅଧିକାରୀ,ତିହିଡି ବ୍ଲକ ର ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇଥିଲେ ।କେନ୍ଦ୍ର ସରକାର,ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣିତ ବିଭିନ୍ନ ଯୋଜନା ଜିଲ୍ଲାର ସଂପୃକ୍ତ ବିଭାଗ ଦ୍ଵାରା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମନଗର ଓ ତିହିଡି ବ୍ଲକ ର ଆଶିଂକ ଅଞ୍ଚଳରେ କାର୍ଯ୍ୟକାରିତା ନେଇ ବିଧାୟକ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଆବଶ୍ୟକ ମତେ ପରାମର୍ଶ ଓ ନିର୍ଦ୍ଦେଶକ ପ୍ରଦାନ କରିଥିଲେ । ରାସ୍ତା,ପୋଲ,ନଦୀ ବନ୍ଧ ବୃକ୍ଷ ରୋପଣ, ଜଳସେଚନ, ଡ୍ରେନେଜ, କୃଷି, ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟ ଜଳ ଯୋଗାଣ, ମହିଳା ଓ ଶିଶୁ କଲ୍ୟାଣ, ବିଦ୍ୟୁତ ବିଭିନ୍ନ ସରକାରୀ କୋଠା ନିର୍ମାଣ ପି.ଡି.ଏସ୍ ସାମଗ୍ରି ଯୋଗାଣ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସବୁର କାର୍ଯ୍ୟନ୍ୱ୍ନୟନ ରେ ଅଗ୍ରଗତି ,ସମସ୍ୟା ,ଧାର୍ଯ୍ଯ ଲକ୍ଷ, ସଫଳତା ,ନୂତନ ପ୍ରସ୍ତାବ, ଅନୁଦାନ ପ୍ରଭୃତି ସମ୍ବନ୍ଧରେ ବିଭାଗ ଅନୁଯାଇ ଆଲୋଚନା କରାଯାଇଥିଲା ।ଏହି ପରିପ୍ରେକ୍ଷିରେ ବୈଠକରେ ଉପସ୍ଥିତ ଜନପ୍ରତିନିଧି ଭାବେ ସରପଞ୍ଚ ଓ ସଦସ୍ଯ ମାନେ ନିଜ ନିଜ ଅଞ୍ଚଳ ପାଇଁ ଦାବି ଓ ଅଭିଯୋଗ ଉପସ୍ଥାପନ କରିଥିଲେ ।ସଂପୃକ୍ତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମନଗର ବ୍ଳକ ର ବି.ଡି.ଓ ,ତିହିଡି ବ୍ଲକ ର ବି.ଡି.ଓ ସହ ଜିଲ୍ଲା ଓ ଦୁଇ ବ୍ଲକ ସ୍ତରୀୟ ବିଭିନ୍ନ ଅଧିକାରୀ,ଯନ୍ତ୍ରୀ ମାନେ ବୈଠକ ରେ ଉପସ୍ଥିତ ରହି ନିଜ ନିଜ ବିଭାଗ ର ଯୋଜନା ଓ କାର୍ଯ୍ୟାନ୍ୱ୍ନୟନ ସମ୍ବନ୍ଧରେ ତଥ୍ଯ ଉପସ୍ଥାପନ କରିବା ସହିତ ବିଧାୟକ ଓ ଅନ୍ଯ ଜନ ପ୍ରତିନିଧିମାନଙ୍କ ଦ୍ଵାରା ଆବଶ୍ୟକ ମତେ ସୁଚନା ପ୍ରଦାନ କରିଥିଲେ ।ବିଧି ମୁତାବକ ଟେଣ୍ଡର ପ୍ରକ୍ରିୟାରେ ସମସ୍ତ କାର୍ଯ୍ୟ କରାଯାଉ । ପ୍ରତି କାର୍ଯ୍ୟରେ ଫଳକ ଲଗାଯାଉ, ସ୍ୱଚ୍ଛତା ବଜାୟ ସାଙ୍ଗକୁ ପ୍ରତି କାର୍ଯ୍ୟରେ ଗୁଣବତା ରକ୍ଷା ପାଇଁ ଅଧିକାରୀ ଯନ୍ତ୍ରୀ ମାନେ ନିୟମିତ କ୍ଷେତ୍ର ପ୍ରଦର୍ଶନ କରନ୍ତୁ ବୋଲି ବିଧାୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ନଦୀବନ୍ଧ ମାନଙ୍କରେ ରାସ୍ତା ପ୍ରସ୍ତାବ ଥିବା ସହିତ ବଡ ଗଛ ଉପୁଡି ପଡିବା ସ୍ଥାନରେ ଘାଇ ସୃଷ୍ଟି ସମସ୍ୟା ଥିବାରୁ ଜଙ୍ଗଲ ଓ ପରିବେଶ ବିଭାଗର ନଦୀବନ୍ଧ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ରାସ୍ତା ପାର୍ଶ୍ବ କୁ ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦିଆଯାଇଥିଲା ।ସୂଚନା ଯୋଗ୍ଯକି ବିଭାଗ ତରଫରୁ ୧୪ କି:ମି ରାସ୍ତାର ୩୫୦୦ ଗଛ ଲଗାଯିବାର ଲକ୍ଷ ରହିଛି ।ନିର୍ମାଣ କାର୍ଯ୍ଯ ସମ୍ପୂର୍ଣ୍ଣ ହୋଇଥିବା ଅଙ୍ଗନୱାଡି କୋଠା ସବୁ ହସ୍ତାନ୍ତର ନ ହୋଇ ଧାନ ରଖି ଭୋଜି କରିବା ଆଦି କାର୍ଯ୍ୟରେ ଅପବ୍ୟବହାର ହେଉଥିବା ଅଭିଯୋଗ ଆଧାରରେ ପଦକ୍ଷେପ ନେବାକୁ ଡି. ଏସ. ଡବ୍ଲୁ ଓ ଙ୍କୁ କୁହାଯାଇଥିଲା । ଏବଂ ଏହି ଭଳି କେତେକ ଉନ୍ନୟନ କାର୍ଯ୍ୟପାଇଁ ସମସ୍ତ ବିଭାଗ କୁ ପରାମର୍ଶ ଦେଇଥିଲେ ।କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀଯୁକ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।