ପୁରା ଖବର ବିଷୟରେ



ଓ୍ବାର୍ଡ ଅଫିସର ପରିଚାଳନା କମିଟିର ଓ୍ବାର୍ଡ କଡିନେଟର ମାନଙ୍କୁ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।

Jul 6 2023 8:59AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଗୁଡ଼ାରୀ ସଭା ଗୃହରେ ଆଜି ଅପରାହ୍ନ ତିନି ଘଣ୍ଟା ସମୟରେ ପରିଷଦର ଓ୍ବାର୍ଡ ଅଫିସର ପରିଚାଳନା କମିଟିର ଓ୍ବାର୍ଡ କଡିନେଟର ମାନଙ୍କୁ ଓ୍ବାର୍ଡ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ରାଜ୍ୟ ନଗର ଉନ୍ନୟନ ବିଭାଗ (SUDA), ଷ୍ଟେଟ ମିଶନ ମ୍ୟାନେଜର ଶ୍ରୀ ମନ ମୋହନ ମହାରଣା ଓ ଶ୍ରୀ ଉପେନ୍ଦ୍ର ବେହେରା ତାଲିମ ଦାତା ଭାବେ ଯୋଗଦେଇଥିବା ବେଳେ ସଭାପତି ଭାବେ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରିମିତା ଶବର, ନିର୍ବାହୀ ଅଧିକାରୀ ଶ୍ରୀ ମୁରଲି କୃଷ୍ଣ ପଣ୍ଡା,CMM ଶ୍ରୀମତି ସ୍ବର୍ଣ୍ଣ ଲତା ବେହେରା, ଗୋଷ୍ଠୀ ସଂଯୋଜିକା ଶ୍ରୀମତି ଇତିଶ୍ରୀ ତ୍ରିପାଠୀ ୧୧ ଟି ଓ୍ବାର୍ଡର ସମସ୍ତ ଓ୍ବାର୍ଡ ଅଫିସର, ସମସ୍ତ ଓ୍ବାର୍ଡ କର୍ଡିନେଡର, ମିଶନ ଶକ୍ତି ଦ୍ଵାରା ପରିଚାଳିତ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକା ମାନେ ଉପସ୍ଥିତ ରହିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ CMM ଶ୍ରୀମତି ବେହେରା ଏବଂ ଗୋଷ୍ଠୀ ସଂଯୋଜିକା ଓ ମୁକ୍ତା ଟିମ୍ ପରିଚାଳନା କରୁଥିଲେ । ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ ନୂତନ ଓଡ଼ିଶା ନିୟୁଜ ।