ପୁରା ଖବର ବିଷୟରେ



ମାଲଟି ଗ୍ରାମରେ ତିନ ଗ୍ରାମର ଆଦିବାସୀ କଲେ ବୈଠକ, ଆଜି ପର୍ଯ୍ୟନ୍ତ ପ୍ରଶାସନିକ ବାବୁମାନେ ଦେଖି ନାହାଁନ୍ତି ଆମ ଗାଁ ।

Jul 6 2023 8:57AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ କର୍ଲାଘାଟି ଗ୍ରାମପଞ୍ଚାୟତର ମାଲଟି ଗ୍ରାମରେ ଆଜି ଅପରାହ୍ନ ସାଢେ ଗୋଟାଏ ସମୟରେ ତିନିଗୋଟି ଗ୍ରାମ ମାଲଟି,ପେଟାଖାଲ ଓ ଡଙ୍ଗର ଗମ୍ଭାରୀ ଗ୍ରାମର ଆଦିବାସୀ ମିଳିତ ଭାବେ ବୈଠକ ଡାକିଥିଲେ । ଆଲୋଚନା ଚକ୍ରରେ ସ୍ବାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଏଠି ସରକାରଙ୍କ ବିକାଶ ସାତ ସପନ । ମୌଳିକ ଅଧିକାରରୁ ବଞ୍ଚିତ ତିନିଗୋଟି ଗ୍ରାମର ଅଧିବାସୀ । ବିକାଶ କଥା ଦୂରେ ଥାଉ ଆଜି ପର୍ଯ୍ୟନ୍ତ ପ୍ରଶାସନିକ କିମ୍ବା ସରକାରୀ ବାବୁମାନେ ଉକ୍ତ ଗ୍ରାମ ଦେଖି ନଥିବା ଅଭିଯୋଗ ହୋଇଛି । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଉକ୍ତ ଗ୍ରାମକୁ ରାସ୍ତା ନାହିଁ । ଲୋକଙ୍କ ମୌଳିକ ଅଧିକାର ଯାତାୟତ, ଆବାସ ଗୃହ, ବିଜୁଳି ପାନୀୟ ଜଳ ୬୦ ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ ହୋଇ ଥିଲେ ହେଁ ଭତ୍ତା ନାହିଁ, ପିଇବା ପାଣିର ଅଭାବ, ନଳକୂପ ନାହିଁ, ଝରଣା ପାଣି ପିଇ ବିତୁଛି ଜୀବନ। ରୋଗ ବ୍ୟାଧି,ଜ୍ବର ବେମାରୀ ଗର୍ଭବତୀ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ସୁବିଧା ନାହିଁ, ଏପରିକି ସରକାରଙ୍କ ମାଗଣା ଚାଉଳ ଆଣିବା ପାଇଁ ଡବଲ ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ ବୋଲି ସୂଚନା ମିଳିଛି । ବିକାଶ ନାମରେ ବାଟ ମାରଣା,ବଣ ଜଙ୍ଗଲ ଘେରା ପରିବେଶରେ କେମିତି ଯିବା ଆସିବା କରନ୍ତି,ସେମାନେ ହିଁ ଜାଣନ୍ତି ଦେଖିଲେ ବିଶ୍ୱାସ କରିହେବ। ଭୋଟ ବେଳେ ଉକ୍ତ ଅଞ୍ଚଳ ସବୁ ଦଳୀୟ କର୍ମୀ ଓ ନେତାଙ୍କ ଜାହିର ଭୋଟ ନଦେଲେ ଏଇଟା କରେଇ ଦେବୁ ନାହିଁ, ସେଇଟା କରେଇ ଦେବୁ ନାହିଁ ବୋଲି ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନକୁ ଡ଼କାଇ ବୈଠକ କରି ଧମକ ଦେଇଥାନ୍ତି ।ଭୋଟ ସରିଗଲା ପରେ କୌଣସି କର୍ମୀ,ନେତା କିମ୍ବା କୁଜି ନେତାଙ୍କ ଦର୍ଶନ ମିଳେନାହିଁ । ଅନ୍ୟ ପକ୍ଷରେ ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ଦେଶର ବିକାଶ ବୋଲି ଡିଣ୍ଡିମ ପିଟୁଥିବା ବେଳେ,ଏଥିପ୍ରତି ସରକାର କିମ୍ବା ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କାହାରି ଦୃଷ୍ଟି ଗୋଚର ନଥିବା ଅନୁମେୟ ହେଉଛି । ଏହା ଆମେ କହୁନାହୁଁ, ଏହି ଭିଜୁଆଲ କଥା କହୁଛି । ଉକ୍ତ ଅଞ୍ଚଳର ବିକାଶ ଓ ସ୍ଥିତି ସମ୍ପର୍କରେ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବଗତି ଏବଂ ଗଣମାଧ୍ୟମରେ ପ୍ରକାଶ କରିବା ନିମନ୍ତେ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସରକାର ଓ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ ନୂତନ ଓଡ଼ିଶା ନିୟୁଜ