ପୁରା ଖବର ବିଷୟରେ



ଭଦ୍ରକ କଲେଜ ରାସ୍ତା ପାର୍ଶ୍ବ ରେ ଥିବା କେତେକ ପାନ ଗୁଟୁଖା ଦୋକାନରେ କୋଟପା ଚଢ଼ାଉ

Jul 5 2023 5:44PM
(ବ୍ୟୁରୋ ରିପୋର୍ଟ) ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନ ର କାର୍ଯ୍ୟକାରିତା ତଦାରଖ ନେଇ କୋଟପା ଧରପଗଡ ଟିମ୍ ଭଦ୍ରକ କଲେଜ ରାସ୍ତା ପାର୍ଶ୍ବ ରେ ଥିବା ପାନ ଗୁଟଖା ଦୋକାନ ମାନଙ୍କରେ ଚଢାଉ କରିଥିଲେ । ଏହି ଚଢାଉ ରେ ଟାଉନ ଥାନା ଏସ୍ ଆଇ ଗୁରୁବାରୀ ସାଏ ଏବଂ ଅନ୍ଯା କର୍ମଚାରୀଙ୍କ ସହ ଅବକାରୀ ସବ୍ ଇନ୍ସପେକ୍ଟର ରବି ବେହେରା ଓ ତାଙ୍କ ସହଯୋଗୀ ଏହି ସ୍କ୍ୱାଡ୍ ରେ ସାମିଲି ଥିବା ସୂଚନା ହସ୍ତଗତ ହୋଇଛି । ଏହି ଧରପଗଡରେ ୧୮ ଟି ଦୋକାନରୁ ୩ହଜାର ୫୦୦ଟଙ୍କା ଜୋରିମାନା ବାବଦରେ ଆଦାୟ କରାଯାଇଥିବା ବେଳେ ଜବତ କରାଯାଇଥିବା ବିକ୍ରୟ ନିଷେଧ ଅନ୍ତର୍ଭୁକ୍ତ ତମାଖୁ ଜାତୀୟ ଦ୍ରବ୍ଯ ସବୁକୁ ନଷ୍ଟକରି ଦିଆଯାଇଥିବା ସୂଚନା ମିଳିଛି ।ଏପିଡେମି ଲେଜିଷ୍ଟ ଡାକ୍ତର କାଶୀନାଥ ପଣ୍ଡା, ଖାଦ୍ଯ ନିରାପତ୍ତା ଅଧିକାରୀ ବିଭୂଦତ୍ତ ଦାସ ଅଣ ସଂକ୍ରମଣ ରୋଗର ଜିଲ୍ଲା ସଂଯୋଜକ ଦୀପକ କୁମାର ରାଉତ ପ୍ରମୁଖ ମଧ୍ଯ ଏହି ଧରପଗଡ କାର୍ଯ୍ୟାନୁଷ୍ଠାନ ରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।