ପୁରା ଖବର ବିଷୟରେ



ପୋଖରି ସୌନ୍ଦର୍ଯ୍ୟକରଣ ନାମରେ ଅର୍ଥ ଆତ୍ମସାତ

Jun 28 2023 12:24PM
ପୋଖରୀ ସୌନ୍ଦର୍ଯ୍ୟକରଣ ନାମରେ ଅର୍ଥ ଆତ୍ମସାତ । ଅସରାଏ ବର୍ଷାରେ କାନ୍ଥ ଯାଇ ପୋଖରି ମଝିରେ । ନିମ୍ନ ମାନର କାମହୋଇଥିବା ଅଭିଯୋଗ। ଏଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏରଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ଦୁଇଶହ ରୁ ତିନିସହ ମିଟର ଦୁରରେ । ପୋଖରି ସୌନ୍ଦର୍ଯ୍ୟକରଣ ନାମ ରେ ଅର୍ଥ ଆତ୍ମସାତ। ନିମ୍ନ ମାନର କାମ ଯାହାକି ଅସରାଏ ବର୍ଷାରେ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ କାନ୍ଥ ତିଆରି ହୋଇଥିଲା କିନ୍ତୁ ଅସରାଏ ବର୍ଷାରେ କାନ୍ଥ ଯାଇ ପୋଖରି ଭିତରେ । ଏପଟେ ବିଜେଡି ସରକାର କହୁଛନ୍ତି ପିସି କାରବାର ବନ୍ଦ ଖୋଦ ସାସକଦଳର ପ୍ରତିନିଧିତ୍ବ କରି ସରପଞ୍ଚ ହୋଇଥିବା ଏରଡା ପଞ୍ଚାୟତ ର ସରପଞ୍ଚ ଯିଏକି ନିଜେ ସେହି କାମକୁ ତଦାରଖ କରୁଥିବା ବେଳେ ଏଠି କେମିତି ଅତି ନିମ୍ନ ମାନର କାମହେଲା। କାନ୍ଥ ତିଆରି ହୋଇଛି କିନ୍ତୁ କୌଣସି ଯାଗାରେ ଗୋଟିଏ ବି ପିଲର ନାହିଁ କି ଖଣ୍ଡିଏ ରଡ ନାହିଁ । ଏପଟେ ସାସକ ଦଳ ଡିଣ୍ଡିମ ପିଟୁଛିକି ସ୍ୱଚ୍ଛ ଶାସନ ଚାଲିଛି କିନ୍ତୁ ଏପଟେ ଖୋଦ ସାସକ ଦଳର କର୍ମୀମାନେ କେତେ ନିର୍ମଳ ତାହା ଯଳଯଳ କରି ଦେଖାଯାଉଛି । ଏପଟେ ଖବର ପାଇ ଆମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଗଲାବେଳକୁ ଯେଇ ମାଡାମ ସାମ୍ବାଦିକ କୁ ଦେଖି ପଳାଇଗଲେ । ଏଠି ସନ୍ଦେହ ଆସୂଛି ଏହି କାର୍ଯ୍ୟର କିଛି ଅର୍ଥ ବୋଧେ ଯେଇ ମାଡାମ ଙ୍କ ପକେଟକୁ ଯାଇଛି ।ନହେଲେ ଯେଇ ମାଡାମ କେମରା ଦେଖି ବ୍ୟସ୍ତ ହୋଇ ପଳାଇବାର ଉଦ୍ଦେଶ୍ଯ କଣ ହୋଇପାରେ ।