ପୁରା ଖବର ବିଷୟରେ



ଜ୍ୱର ପରେ ହରାଇ ବସିଲେ ଦୃଷ୍ଟି ଶକ୍ତି। ଚିନ୍ତା ରେ ପରିବାର।

Jun 13 2023 7:42AM
(ରଜନୀକାନ୍ତ ଛତ୍ରିଆ ଙ୍କ ରିପୋର୍ଟ) ଆଖିରେ ଅସୁମାରୀ ସ୍ଵପ୍ନ ଥିଲା ।ଜଣେ ମେଧାବୀ ଛାତ୍ରୀ ଭାବରେ ଜଣାଶୁଣା ଥିଲେ। ସମାସ୍ତ ଙ୍କ ଭଳି ସେମାନେ ମଧ୍ୟ ଅନେକ ସ୍ଵପ୍ନ ଦେଖୁଥିଲେ।ଭଲ ପାଠ ପଢି ବଡ଼ ମଣିଷ ହେବି ବାପା ମା ଙ୍କ ନାମ ଉଜ୍ଜଳ କରିବି ଏଭଳି ଅନେକ କିଛି।ହେଲେ ନିୟତି ଖେଳ ବଡ଼ ବିଚିତ୍ର।ସମୟ ସବୁକିଛି ଉଲଟ ପାଲଟ କରିଦେଲା। ସାମାନ୍ୟ ଜର ରେ ଆକ୍ରାନ୍ତ ହେଲା ପରେ ହରାଇ ବସିଲେ ଦୃଷ୍ଟି ଶକ୍ତି। ଜର ତ ଠିକ୍ ହେଇ ଗଲା କିନ୍ତୁ ଆଉ ଆଖିକୁ ଦେଖା ଗଲା ନାହିଁ। ଜୀବନ ଦୁର୍ବିସହ ହେଇ ଗଲା।ଆଉ ଜଣ ଙ୍କ ସାହାରା ରେ ବଞ୍ଚିଛନ୍ତି।ବହୁ କଷ୍ଟ ରେ ଦୈନ ଦିନ ଜୀବନ ଯିଉଁ ଛନ୍ତି।ବାପା ମା କୁଲି ମଜୁରୀ କରି ଚାଲିଛନ୍ତି। ପର ଧାର କରଜ କରି ଝିଅ ଙ୍କୁ ଚିକିତ୍ସା କରିସାରିଲେଣି। ଆର୍ଥିକ ଅଭାବ ଯୋଗୁ ଆଉ ଚିକିତ୍ସା କରି ପରୁଁ ଥିବା ପ୍ରକାଶ କରନ୍ତି ବାପା ମା।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରାନମଲ ଗ୍ରାମ ର ନୀଳାଚଳ ଗୁରୁ ଙ୍କ ଝିଅ ଭାସ୍ୟ ମତି ଗୁରୁ ଏବଂ ସତ୍ୟନାରାୟଣ ବିଶ୍ବାଳ ଙ୍କ ଝିଅ ସ୍ଵର୍ଣ୍ଣ ପ୍ରଭା ବିଶ୍ବାଳ ଙ୍କ ସମାନ ଦୁଃଖ। ସାମାନ୍ୟ ଜର ରେ ଚାଲି ଗଲା ଦୃଷ୍ଟି ଶକ୍ତି। ଭାବିଶ୍ୱତ ଚିନ୍ତା ରେ ପରିବାର। ଆର୍ଥିକ ଅଭାବ ଯୋଗୁ ସରକାର ଯଦି ସାହାଯ୍ୟ କରନ୍ତେ ଝିଅ ର ଚିକିତ୍ସା ହୋଇ ପାରନ୍ତା ବୋଲି ଦୁଇ ପରିବାର ନିବେଦନ କରନ୍ତି। ଏ ବିଷୟ ରେ ସରକାର ଦୃଷ୍ଟି ଦେବା କୁ ବୁଦ୍ଧିଜୀବୀ ମହଲରେ ଦାବି।