ପୁରା ଖବର ବିଷୟରେ



ଦଳିତ,ଆଦିବାସୀ ସୁରକ୍ଷା ମଞ୍ଚ ଓଡ଼ିଶା ଜିଲ୍ଲା କାର୍ଯ୍ୟାଳୟ ତରଫରୁ ଏମ୍ ଭି ୮୮ ଗ୍ରାମରେ ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ

Jun 13 2023 7:37AM
(ଅମଲ କୁମାର ମଣ୍ଡଲ ଙ୍କ ରିପୋର୍ଟ) - ଦଳିତ ଏବଂ ଆଦିବାସୀ ସୁରକ୍ଷା ମଞ୍ଚ ଓଡ଼ିଶା ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ତରଫରୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାଲାଭରମ ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି ୮୮ ଗ୍ରାମରେ ଆଜି ସକାଳ ୮ ଘଣ୍ଟିକା ସମୟରେ ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଏହା ପୂର୍ବରୁ ତା ୩୧/୫/୨୩ ରିଖ ରେ ତାଣ୍ଡବାଇ ପଞ୍ଚାୟତ ରେ ଗଠନ ହୋଇଥିବା ପ୍ରେସିଡେଣ୍ଟ ଦୁଲା ମାଡ଼କାମୀ, ଭାଇସ ପ୍ରେସିଡେଣ୍ଟ ବିକାଶ ମଣ୍ଡଲ, ଜେନେରାଲ ସେକ୍ରେଟାରୀ ମୋହନ ସୋଡ଼ି,ଜୋଇଣ୍ଟ ସେକ୍ରେଟାରୀ ସୁଜିତ ମଣ୍ଡଲ,କେସିଏର ନିମଇ ବାଘ ପ୍ରମୁଖ ଆଜିର ବୈଠକରେ ଉପସ୍ଥିତ ରହିଥିଲେ । ଏହା ସହ ଆଜି ମୂଳ ନିବାସୀ ମହିଳା ମୁକ୍ତି ଅଭିଯାନ ୨୦୨୩/୨୦୨୪ ସହ ଜିଲ୍ଲା ସ୍ତରୀୟ କମିଟି ଗଠନ ଏବଂ ମୁଖପତ୍ରର ଉନ୍ମଚନ କରାଯାଇଥିଲା । ଉକ୍ତ ବୈଠକର ଆୟୋଜକ ୟୁନଇଟେଡ଼ ଫୋରମ ଓଡ଼ିଶା ବୋଲି କର୍ମୀ ସୂଚନା ପ୍ରଦାନ କରିଛନ୍ତି ।