ପୁରା ଖବର ବିଷୟରେ



ଗୁଡାରୀ କଲ୍ୟାଣ ମଣ୍ଡପରେ ଓଡ଼ିଶା ସରକାରଙ୍କ 'ଗରିମା' ଯୋଜନାରେ ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କ ପରିଚୟପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ।

Jun 5 2023 6:20PM
( ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପରେ ଆଜି ପୂର୍ବାହ୍ନ ସାଢ଼େ ୧୧ ଘଣ୍ଟା ସମୟରେ ନିର୍ବାହୀ ଅଧିକାରୀ ଶ୍ରୀ ମୁରଲି କୃଷ୍ଣ ପଣ୍ଡାଙ୍କ ତତ୍ବାବଧାନରେ ଓଡ଼ିଶା ସରକାରଙ୍କ 'ଗରିମା' ଯୋଜନାରେ ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଶ୍ରୀ ମୁରଲି କୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ପରିଷଦ ଅଧ୍ୟକ୍ଷା ସୂଶ୍ରୀ ସରିମିତା ଶବର, ତହସିଲଦାର ଶ୍ରୀମତି ଭାରତୀ ଦେବୀ,ଅତିରିକ୍ତ ତହସିଲଦାର ଶ୍ରୀ ହୃଷୀକେଶ ପଣ୍ଡା, ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ର, ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ସହ ଦକ୍ଷତା ବୃଦ୍ଧି ନିମନ୍ତେ ପରିଚୟ ପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାନଟାଇଜ ଏକ୍ସଷ୍ପୋଟ ଶ୍ରୀ ବି.ସ୍ବରାଜ କୁମାର ପରିଚାଳନା କରିଥିଲେ ।