ପୁରା ଖବର ବିଷୟରେ



ଗୁଡାରୀ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ପୋଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Jun 5 2023 11:09AM
( ପ୍ରସାଦ ଲିମାଙ୍କ ରିପୋର୍ଟ ) କେନ୍ଦ୍ର ସରକାରଙ୍କ ସ୍ବଛ ଭାରତ ଅଭିଯାନରେ ଅର୍ନ୍ତଭୁକ୍ତ ପୋଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ । ବିଶ୍ବ ପରିବେଶ ଦିବସ -୨୦୨୩ ରେ ଓଡ଼ିଶା ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନିଜର ପରିବେଶକୁ ସୁରକ୍ଷା ଏବଂ ଜୀବନ ଶୈଳୀ ପରିବର୍ତ୍ତନ କରିବା ପାଇଁ ସଚେତନତା ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ରଙ୍କ ତତ୍ତ୍ୱାବଧାନରେ ପୋଲିଥିନ ମୁକ୍ତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସ୍ଥାନୀୟ ବିଭାଗୀୟ ଅଧିକାରୀ ମାନଙ୍କ ସମନ୍ୱୟରେ ବିଡ଼ିଓ ସୁଶ୍ରୀ ଅନିଶା ଦାସ, ତହସିଲଦାର ଶ୍ରୀମତି ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଶ୍ରୀ ହୃଷୀକେଶ ପଣ୍ଡା, ନିର୍ବାହୀ ଅଧିକାରୀ ଶ୍ରୀ ମୁରଲି ଧର ପଣ୍ଡା, ବନପାଳ ଶ୍ରୀ ଗୋପିନାଥ ସାହୁ, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀମତି ଶୁଶିଳା ମଲ୍ଲିକ,ଶ୍ରୀ ଦିଲିପ ମହାପାତ୍ର, ଶ୍ରୀ ନରସିଂହ ସତପଥି ଏବଂ ବନାଞ୍ଚଳ ଅଧିନସ୍ଥ ବନ ବିଭାଗର ସମସ୍ତ କର୍ମଚାରୀ, ଓଡିଶା ଅଗ୍ନିଶମ ସେବା ବିଭାଗ କର୍ମଚାରୀ, ୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପ ଜବାନ, ୟୁଥ୍ ଫର୍ ଚେଞ୍ଜର ସଦସ୍ୟ ଏବଂ ସମସ୍ତ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ବାଲେଶ୍ଵର ବାହାନଗାରେ ହାଓଡ଼ା ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତାହତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିବା ପରେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ, ସମନ୍ଵିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ, ଏନଏସି କାର୍ଯ୍ୟାଳୟ, ଥାନା ପରିସରରେ ବର୍ଜ୍ୟ ପୋଲିଥିନ ମୁକ୍ତ କରିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଆଗାମୀ ଦିନରେ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ବର୍ଜ୍ୟ ପୋଲିଥିନ ମୁକ୍ତ କରିବା ନିମନ୍ତେ ନିଷ୍ପତ୍ତି ନେଇଥିବା ବେଳେ ଚଳିତ ଜୁନ୍ ମାସ ସୁଦ୍ଧା ଗୁଡ଼ାରୀ ସହରରେ ବର୍ଜ୍ୟ ପୋଲିଥିନ ମୁକ୍ତ କରିବା ନିମନ୍ତେ ଲକ୍ଷ ରଖାଯାଇଥିବା ଅଧିକାରୀ ମାନେ ମତପ୍ରକାଶ କରିଛନ୍ତି ।