ପୁରା ଖବର ବିଷୟରେ



ମା ଭୈରବୀ ସ୍ଵଛାସେବି ସଙ୍ଗଠନ ବଲାଙ୍ଗି ଏ କଲୋନୀ କଲେ ବୃକ୍ଷ ରୋପଣ।

Dec 23 2020 8:33AM
ମା ଭୈରବୀ ସ୍ଵଛାସେବି ସଙ୍ଗଠନ ବଲାଙ୍ଗି ଏ କଲୋନୀ କଲେ ବୃକ୍ଷ ରୋପଣ। ରିପୋର୍ଟର -ପ୍ରଶାନ୍ତ କୁମାର ବେହେରା (କଣିହାଁ)। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ।ହରିହରପୁର ପଞ୍ଚାୟତ ବଲାଙ୍ଗି ଏ କଲୋନୀର -ମା ଭୈରବୀ ସ୍ଵଛାସେବି ସଙ୍ଗଠନ ବଲାଙ୍ଗି "ଏ" କଲୋନୀର ଯୁବକ ମାନେ ଆମ୍ବ ଗଛ,ପଣସ ଗଛ,ଔଷଧ ଗଛ,ଲିମ୍ବ ଗଛ,ବୃକ୍ଷ ରୋପଣ କରିଥିଲେ।ଏହିପରି କାର୍ଯ୍ୟକୁ ଏକ ମୋହ୍ୱତପୂର୍ଣ୍ଣ କାର୍ଯ୍ୟ ବୋଲି ଗ୍ରାମର ପ୍ରତ୍ୟେକ ବୁଦ୍ଧିଜୀବି ଓ ଗ୍ରାମବାସୀ ପ୍ରଶଂସା କରିଥିଲେ। ମା ଭୈରବୀ ସ୍ୱଛାସେବି ସଙ୍ଗଠନ ଆଗାମୀ ଦିନରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଏହି ପରି କାର୍ଯ୍ୟ ଲାଗି ରହିଥିବ ବୋଲି ସୁନିଲ ମହାନ୍ତି ମତପ୍ରକାଶ କରିଛନ୍ତି। କର୍ମ କର୍ତ୍ତା ମାନେ ହେଲେ ସୁନିଲ ମହାନ୍ତି ସଭାପତି,ବୁଲୁ ଗଡ଼ନାୟକ ସଂପାଦକ ସମେତ ସୈମ୍ୟରଞନ ମହାନ୍ତି, ସିଲୁ ମହାନ୍ତି, ରସ୍ମିରଞନ ମହାନ୍ତି, ଆକାଶ ଵେହେରା, ପ୍ରଶାନ୍ତ ଵେହେରା, ଵିଜୟ ଧୀର, ଶକ୍ତି ମହାନ୍ତି, ଶକ୍ତି ଗଡ଼ନାୟକ, ବିକାଶ ଦାସ ଉପସ୍ଥିତ ଥିଲେ।