ପୁରା ଖବର ବିଷୟରେ



Congress Gherao, GGK

Dec 21 2020 3:38PM
Congress Gherao, GGK Riport by South Odisha bureau head Jogeshwar Das ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭାବେ ଭୁସୁଢି ପଡିଛି। ଛୋଟ ଛୋଟ ଶିଶୁ ମାନଙ୍କୁ ଯେପରି ଭାବେ ଅତ୍ୟାଚାର କରାଯାଉଛି ତାହା ଅତି ନିନ୍ଦନିୟ ବୋଲି ଅଭିଯୋଗ କରିଛି ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି। ବହୁ ଚର୍ଚ୍ଚିତ ପରୀ ହତ୍ଯା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ପୁଲିସ ଘଣ୍ଟ ଘୋଡାଇବା ଅଭିଯୋଗ କରି କଂଗ୍ରେସ ଦଳ ଆଜି ଏସପିଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ପରୀ ହତ୍ଯା ଘଟଣାରେ ମନ୍ତ୍ରୀ ଙ୍କ ସଂପୃକ୍ତି ଅଭିଯୋଗ କରି ତୁରନ୍ତ ମନ୍ତ୍ରୀ ଙ୍କୁ ପଦରୁ ବରଖାସ୍ତ କରିବା ସହ ମାମଲାରେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦଳ ଦାବି କରିଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ନେତ୍ବତ୍ବରେ ଆୟୋଜିତ ଏହି କାର୍ଯ୍ଯକ୍ରମ ରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।