ପୁରା ଖବର ବିଷୟରେ



ଭଦ୍ରକ ଜ଼ିଲ୍ଲା ସମାଜସେବୀ ମହାସଂଘ ଶୁଭ ଆରମ୍ଭ ଉଦ୍ଘାଟନ ଉତ୍ସବ ସଫଳ ହୋଇଛି

Dec 21 2020 12:24PM
ଭଦ୍ରକ ଜ଼ିଲ୍ଲା ସମାଜସେବୀ ମହାସଂଘ ଶୁଭ ଆରମ୍ଭ ଉଦ୍ଘାଟନ ଉତ୍ସବ ସଫଳ ହୋଇଛି | ଭଦ୍ରକ ସହର ବାଇକ ଶୋଭାଯାତ୍ରା କରିବା ସହିତ ମହାପୁରୁଷ ମାନଙ୍କୁ ପୁଷ୍ପମାଲ୍ୟା ଅର୍ପଣ କରି ସଂସ୍କୃତି ଭବନ ଠାରେ ସଭା ଆୟୋଜିତ କରାଯାଇଥିଲା | ଲକ୍ଷ ସମାଜରେ କେହି ଅବହେଳିତ ରହିବେ ନାହିଁ ଅବହେଳିତଙ୍କ ସାହା ହେବ ସମାଜସେବୀ ମହାସଂଘ | ଏହି ମହାସଂଘ ସଭାରେ ୨୫ରୁ ଉର୍ଦ୍ଧ ସାମାଜିକ ସଂଗଠନ ଜଡିତ ହୋଇଥିଲେ , ସମାଜର ହିତ ପାଇଁ ଅଂଟା ଭିଡିଥିବା ସମଜସେବୀ ଓ ସାମାଜିକ କର୍ମୀ ଏବଂ ସାମାଜିକ ସଂଗଠନ ମାନଙ୍କୁ ନେଇ ମହାସଂଘ ଗଢିଉଠିଛି | ଆଗାମୀ ଦିନରେ ଅସହାୟ ଓ ଅବହେଳିତ ଲୋକ ମାନଙ୍କ ପାଇଁ ଏହି ମହାସଂଘ କାର୍ଯ୍ୟ କରିବା ବୋଲି ଦୃଢ ସଂକଳ୍ପ ପ୍ରତିଜ୍ଞା କରିଛନ୍ତି କାର୍ଯ୍ୟକର୍ତା ମାନେ , ମୁଖ୍ୟ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା , ମୁଖ୍ୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ,ମହାସଂଘର ସଭାପତି ଅପୂର୍ବ ରଞ୍ଜନ ବେହେରା ,କାର୍ଯ୍ୟକାରିଣୀ ସଭାପତି ପ୍ରକାଶ ସ୍ୱାଇଁ ,ସଂଗଠନ ର ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ , ସମ୍ପାଦକ ଧୀରେନ୍ଦ୍ର କୁମାର ସାହୁ , ଉପଦେଷ୍ଟା ସଂଜିତ କୁମାର ନାୟକ , ଏବଂ ସଂଗଠନର ବହୁ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସଭା ସମ୍ପାଦନା କରିଥିଲେ |