ପୁରା ଖବର ବିଷୟରେ



ଗୁଡ଼ାରି ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ଦୁଇ ଦିନରେ 55 ହଜାର ଗଂଜେଇ ଗଛ ନଷ୍ଟ ।

Dec 21 2020 12:04PM
ଗୁଡ଼ାରି ବ୍ଲକ କଦମା ଗ୍ରାମପଞ୍ଚାୟତର ଲଷ୍ମୀପୁର ସଂରକ୍ଷିତ ଜଙ୍ଗଲରେ ବେ-ଆଇନ ଭାବେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ, ଗୁଡ଼ାରି ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ଦୁଇ ଦିନରେ 55 ହଜାର ଗଂଜେଇ ଗଛ ନଷ୍ଟ । ରିପୋର୍ଟ:ପ୍ରସାଦ ଲିମା, ଗୁଡ଼ାରି ରାୟଗଡା ଜିଲ୍ଲା ଗୁଡ଼ାରି ବ୍ଲକ କଦମା ଗ୍ରାମପଞ୍ଚାୟତ ଲଷ୍ମୀପୁର ସଂରକ୍ଷିତ ଜଙ୍ଗଲ ଅଧିନରେ ଥିବା ସୀମାନ୍ତ ଗ୍ରାମ ଢେପଗାଁ, ମରାଠୀ ଗୁଡା, ଲିଡିଂ ପଦର, ଟଙ୍ଗରମା ଓ ଶ୍ରୀପଲ୍ଲୀ ଗ୍ରାମରେ ବେ-ଆଇନ ଭାବେ ବିପୁଳ ପରିମାଣରେ ଗଂଜେଇ ଚାଷ, ଗୁଡ଼ାରି ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଲଗାତାର ଦୁଇଦିନ ଧରି ଚଢ଼ାଉ, ୨ ଦିନରେ 55 ଏକର ଜମିରେ 55 ହଜାର ଗଂଜେଇ ଗଛ ନଷ୍ଟ କରି ପୋଡି ଦେବାରେ ବଡ ସଫଳତା ମିଲିଛି ଗୁଡ଼ାରି ପୋଲିସ ଓ ଅବକାରୀ ବିଭାଗକୁ,ସର୍ବମୋଟ ଗଂଜେଇ ଗଛର ହାରାହାରି ମୂଲ୍ୟ 6 କୋଟି 60 ଲକ୍ଷ ଟଙ୍କାର ଆକଳନ କରାଯାଇ ଗୁଡ଼ାରି କସ ନଂ.(1):-U/S 20 (a)(b)(i) NDPS ଧାରା -27 (1)(a) ଓ (2) କେସ ନଂ:-26/2020 ତାରିଖ 20-12-2020.U/S 20 (a(b)(i) NDPS ଧାରା-27 (1)(a) ଓଡିଶା ଜଙ୍ଗଲ ଧାରା ଅନୁସାରେ ଏକ ମାମଲା ରୁଜୁ କରାଯାଇଥିବା ଗୁଡ଼ାରି IIC ଶ୍ରୀଯୁକ୍ତ ସୁଶାନ୍ତ କୁମାର ତାଉଡ଼ିଆ ସୂଚନା ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଆଇ ଆଇ ସି ଶ୍ରୀଯୁକ୍ତ ସୁଶାନ୍ତ କୁମାର ଉଡ଼ିଆ,ତହସିଲଦାର ସୁଶ୍ରୀ ଭାରତୀ ଦେବୀ, ରେଞ୍ଜର ସଂଘମିତ୍ରା ଭୋଇ, ଅବକାରୀ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ମାଧବ ଚୌଧୁରୀ, ଗୁଡ଼ାରି AIIC ପୁରୁଷ ତ୍ତମ ଯାନୀ, AIIC ଅନିରୁଦ୍ଧ ଜାଲି ଉପସ୍ଥିତ ରହି କାର୍ଯକ୍ରମ କରିଥିବା ଦେଖିବାକୁ ମିଳିଛି ।