ପୁରା ଖବର ବିଷୟରେ



ଚିକିତ୍ସାପାଇଁ ଅର୍ଥ ସାଝିଛି ବାଧକ l

Dec 20 2020 7:21PM
ଚିକିତ୍ସାପାଇଁ ଅର୍ଥ ସାଝିଛି ବାଧକ l ରିପୋର୍ଟ- amal kumar. Mandal(କାଲିମେଳା) ଆଙ୍କର-ଏବେ ପ୍ରାର୍ଥନା ବି ଆହୁ କାମ ଦେଉନି ସତେ ଯେମିତି ଭଗବାନ ବି ମୁହଁ ଫେରାଇ ନେହିଛନ୍ତି ଦିବ୍ୟାଙ୍ଗ ଗଙ୍ଗାଧର ଙ୍କ ଉପରେ l ଜନ୍ମରୁ ଗୋଟିଏ ଗୋଡ ଛଡେଇ ନେଲା ବିଧାତା କିନ୍ତୁ ସଫଳତାର ରାସ୍ତାରେ ଚାଲିବାକୁ ମନରେ ଅଛି ଅଦୈମ ସାହସ ଜୀବନ ଯୁଦ୍ଧ ରେ ସେ କେବେ ହାରିନାହାନ୍ତି l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇକୋଣ୍ଡା ଗ୍ରାମର ରୁ ଦେଖିବା ଜଣେ ଅସହାୟ ଦିବ୍ୟlଙ୍ଗ ର ଦୁଖଭରା କାହାଣୀ l -ଗୋଟିଏ ଗୋଡ ନାହିଁ ବାଡ଼ି ନ ଧରିଲେ ଚାଲିବା ମୁସ୍କିଲ କିନ୍ତୁ ଗୋଟିଏ ଗୋଡ଼ରେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛନ୍ତି l ଜନ୍ମର ଦୁଇ ମାସ ପରେ ବିଧାତା ଛଡେଇନେଲା ବାମ ଗୋଡ ନିଆଁରେ ପୋଡ଼ିହୋଇ ସମ୍ପୂର୍ଣ୍ଣ ବାମ ଗୋଡ଼ ଦିବ୍ୟାଙ୍ଗ ହୋଇଗଲା l ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହରାଜପାଲି ପଞ୍ଚାୟତ କୋଇକୋଣ୍ଡା ଗ୍ରାମର ଗଙ୍ଗାଧର ଧାର୍ମୁ l ନିଆଁରେ ପୋଡିହୋଇ ହରାଇଛନ୍ତି ଗୋଟିଏ ଗୋଡ ତଥାପି ମନରେ ଅଛି ଅଦମ୍ୟ ସାହସ l ଗଙ୍ଗାଧର ଏବେ ନବମ ଶ୍ରେଣୀ ପାଠ ପଢୁଛନ୍ତି l ଗୋଟିଏ ଗୋଡ଼ରେ ସ୍କୁଲ ଯିବାକୁ ଯନ୍ତ୍ରଣା ଅନୁଭବ କରୁଛନ୍ତି ତଥାପି ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିନୀ ସବୁ କିଛି ପ୍ରତିବନ୍ଧକ l ଗଙ୍ଗାଧର ଙ୍କୁ ପ୍ରଥମେ ମାଲକାନଗିରି ଚିକିତ୍ସା କରାଗଲା ହେଲେ କିଛି ସୁଫଳ ମିଳିଲା ନାହିଁ ପରେ ବ୍ରହ୍ମପୁର ସେଇଠି ମଧ୍ୟ କିଛି ସୁଫଳ ମିଳିଲା ନାହିଁ ଶେଷରେ କଟକ ମେଡ଼ିକାଲ କୁ ଯାଇଥିଲେ ହେଲେ ଡାକ୍ତର ଅପରେସନ କରିବାକୁ କହିଲେ ହେଲେ ଏହି ଗରିବ ଅଭାବୀ ପରିବାର କୋଉଠି ଏତେ ଟଙ୍କା ଯୋଗାଡ଼ କରିବେ ଧାର କରଜ କରି 80,000/-ଟଙ୍କା ଖର୍ଚ୍ଚ କରିସାରିଲେଣି ଆହୁ ଏମାନଙ୍କ ପାଖେ ଆର୍ଥିକ ସମ୍ବଳ ନାହିଁ ଗରିବ ଲୋକ ଏତେ ଟଙ୍କା କୋଉଠୁ ଆଣିବେ l କୌଣସି ସରକାରୀ ତରଫରୁ ଚିକିତ୍ସା କରାଗଲେ ବା କୁତ୍ରିମ ଗୋଡ଼ ଲଗାଇଲେ ସମସ୍ତଙ୍କ ପରି ସ୍ୱାଭାବିକ ହୋଇ ପାରିବ ବୋଲି ଆକୁଳ ନିବେଦନ କରିଛନ୍ତି ଗଙ୍ଗାଧର l ଗଙ୍ଗାଧର ଙ୍କ ପରିବାର କହିଲେ ବାପା, ତିନି ଭଉଣୀ ଏବଂ ଦୁଇ ଭାଇ l ମାଆ ସ୍ବର୍ଗତ ଭିମେ ଧାର୍ମୁ ପାଞ୍ଚ ବର୍ଷ ପୂର୍ବେ ଆରପାରିକୁ ଚାଲିଯାଇଛନ୍ତି l ବାପା ଜଣେ ଚାଷୀ ଏହି ଚାଷୀ କାମ କରି ସମସ୍ତଙ୍କୁ ପାଠ ପଢ଼ାଇବା ସମ୍ଭବ ହୋଇପାରୁନି ଦିନରେ ଖାଇଲେ ରାତିରେ ଓଦା କନା ପଡେ ପେଟରେ l ଏହିଭଳି ଦୁର୍ଭାଗ୍ୟ ସ୍ଥିତିରେ ପେଟକୁ ଦାନା ଜଗାଇବା ତ ଦୂରର କଥା ଆହୁ ଚିକିତ୍ସା କରିବେ କଣ ? ଏହି ସବୁକୁ ଦୃଷ୍ଟିରେ ରଖି ଗଙ୍ଗାଧର ଭାଙ୍ଗି ପଡିଛନ୍ତି ତଥାପି ତାଙ୍କ ଦୃଢ ଇଛା ଶକ୍ତି ମନରେ ସାହସ ଆଣିଦେଇଛି l ରାତି ପାହିଲେ ନୂଆ ଇଚ୍ଛା ନେହି ଆଗକୁ ବଢ଼ୁଛନ୍ତି ଗଙ୍ଗାଧର l କୁନି କୁନି ଭାଇ, ଭଉଣୀ ଙ୍କୁ ଦେଖି ଦୁଃଖରେ ଭାଙ୍ଗି ପଡୁଛନ୍ତି l ନିଜେ କାଠ ହାଣିବା ଠାରୁ ରଷେଇ କରି ଖୁଆଇଦେଉଛନ୍ତି ଆହୁ ସମୟ ପାହିଲେ ରାତିରେ ଘରେ ବସି କୁନି କୁନି ଭାଇ, ଭଉଣୀ ଙ୍କୁ ପାଠ ପଢାଉଛନ୍ତି କେବଳ ସେତିକି ନୁହେଁ କୁନି ଭଉଣୀ ଙ୍କୁ ନଳକୂପ ରୁ ପାଣି ଆଣିବା ପାଇଁ ମଧ୍ୟ ସାହାର୍ଯ୍ୟ କରୁଛନ୍ତି ଏହିଭଳି ସବୁକାମକୁ ଆପଣାଇ ନେଇଛନ୍ତି l ସରକାରୀ ସହାୟତା କହିଲେ ଗଙ୍ଗାଧର ପରିବାର କୁ ମିଳୁଛି କେବଳ pds ଚାଉଳ ଓ ଭତା ବାବଦକୁ 700 ଟଙ୍କା କୌଣସି ସରକାର ତରଫରୁ ଗଙ୍ଗାଧର ଙ୍କୁ ଗୋଡ ଚିକିତ୍ସା କରିବାକୁ ଗ୍ରାମବାସୀ ଦାବିକରିଛନ୍ତି l