ପୁରା ଖବର ବିଷୟରେ



ଭାରତୀୟ ମଜଦୂର ସଂଘ ର ନୂତନ କର୍ମ କର୍ତ୍ତା ଚୟନ

Dec 20 2020 7:12PM
ଭାରତୀୟ ମଜଦୂର ସଂଘ ର ନୂତନ କର୍ମ କର୍ତ୍ତା ଚୟନ ଭାରତୀୟ ମଜଦୁର ସଂଘ ର ରାଜ୍ୟ ନିଷ୍ପତ୍ତି କ୍ରମେ ରାୟଗଡା ଜିଲ୍ଲା ଭାରତୀୟ ମଯଦୁର ସଂଘର ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ୱର ଦାସଙ୍କ ସଭାପତିତ୍ୱରେ ରାୟଗଡା ସ୍ଥିତ ଠକ୍କରବାପା ଆଶ୍ରମ ପ୍ରାଙ୍ଗଣରେ ଭାରତୀୟ ମଯଦୁର ସଂଘର ରାୟଗଡ଼ା ଜିଲ୍ଲା ସମ୍ମିଳନୀ ( Covid19 ର ସମସ୍ତ ନିୟମ କୁ ଦ୍ରୁଷ୍ଟି ରେ ରଖି )ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭାରତୀୟ ମଯଦୁର ସଙ୍ଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୂର ସଂଘର ରାୟଗଡା ପ୍ରଭାରୀ ଶ୍ରୀ ବିରଞ୍ଚି ପଣ୍ଡା ଯୋଗ ଦେଇ ଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରି ଉପସ୍ଥିତ ଶ୍ରମିକ ମାନଙ୍କୁ ରାଷ୍ଟ୍ରହିତ ଏବଂ ଶ୍ରମିକହିତ ଉଦେଶ୍ୟରେ ଆହ୍ୱାନ ଦେବା ସହ ଭାରତୀୟ ମଜଦୁର ସଂଘ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଂଘଟନ ବୋଲି ସୁଚାଇଥିଲେ । ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଖଗେଶ୍ୱର ସିଂ ବାର୍ଷିକୀ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀମତୀ ଜୟନ୍ତି ପଦ୍ମମାଳୟା ସାହୁ, ଶ୍ରୀମତୀ ଉଷାରଣୀ ଦାସ ଏବଂ ଦୁର୍ଗା ମାଧବ ଘୋଷ ଶ୍ରମିକ ସଙ୍ଗୀତ ଗାନ କରିଥିଲେ । ମଞ୍ଚାସିନ ଥିବା ସଂଘର ପୁର୍ବତନ ଭାରତୀୟ ମଜଦୂର ଜିଲ୍ଲା ସଭାପତି ପୁରାତନ ସଂଘ ର କମିଟି କୁ ଭଙ୍ଗ କରି ନୂତନ କମିଟି ଗଠନ ନିମନ୍ତେ ପ୍ରସ୍ତାବ ରଖିଥିଲେ ତାଙ୍କ ପ୍ରସ୍ତାବ ଅନୁଯାୟୀ ସଙ୍ଘ କମିଟି ର ଗଠନ ପ୍ରକ୍ରିୟା ଓ ନୂତନ କାର୍ଯ୍ଯ କର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଉପସ୍ଥିତ ଥିବା ସଂଘ ର ସମସ୍ତ ସଦସ୍ୟ ଙ୍କ ମତ ଅନୁଯାୟୀ ଶ୍ରୀ ଯୋଗେଶ୍ୱର ଦାସ ପୁନର୍ବାର ସଭାପତି ଭାବେ ମନୋନୀତ ହୋଇଥବା ବେଳେ ସମ୍ପାଦକ ଭାବେ ଶ୍ରୀ ଖଗେଶ୍ବର ସିଂହ, ଉପସଭାପତି ଭାବେ ମହୋନ ରାଓ ମାଝୀ, ଜୟନ୍ତୀ ପଦ୍ମା ଲୟ ସାହୁ,ସହ ସଂପାଦକ ଭାବେ କୃଷ୍ଣ ସିଂହ, ଆନନ୍ଦ ରାଉଳ, ସିମାନଚଳ ମିଶ୍ର, କାର୍ଯ୍ୟକାରୀ ସମ୍ପାଦକ ଦୁର୍ଗା ମାଧବ ଘୋଷ, କୋଷାଧ୍ୟକ୍ଷ ଉଷାରାଣୀ ଦାସ, ଆଇନ ଉପଦେଷ୍ଟା ଅରୁଣ ଲେଙ୍କା ମନୋନୀତ ହୋଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ବିଭିନ୍ନ ସଂଗଠନର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ପତି , ପ୍ରଳୟ ସାହୁ , ମନୋଜ କୁମାର ଦାସ, ଗୋପିନାଥ ଗୈ।ଡ଼, ରବି ଗୈ।ଡ଼, ନେହା ସିଂ,କେ ନିଲାଦ୍ରୀ ତୁଲାଇଥିଲେ ସର୍ବ ଶେଷରେ ପଞ୍ଚମ ଥର ପାଇଁ ପୁନର୍ବାର ଜିଲ୍ଲାର ନୂତନ ସଭାପତୀ ଭାବେ ନିର୍ବାଚିତ ଯୋଗେଶ୍ୱର ଦାସ ଧନ୍ୟ ବାଦ ଅର୍ପଣ କରିଥଲେ