ପୁରା ଖବର ବିଷୟରେ



ବେକରେ ରଶୀ ଲଗାଇ ଆତ୍ମହତ୍ୟା

Dec 18 2020 4:15PM
ବେକରେ ରଶୀ ଲଗାଇ ଆତ୍ମହତ୍ୟା ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ କୁଣ୍ଡବାଇ ଥାନା ଅଧୀନସ୍ଥ ବାଲି ଛତ୍ର। ଗ୍ରାମରେ ଜଣେ ଯୁବକ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛି ।ଯୁବକ ଜଣକ ହେଲା ବସନ୍ତ କୁମାର ସିଂ (୩୫) ପିତା ସୋମନାଥ ସିଂ । ତାଙ୍କ ଘର ଲୋକ କହିବା ଅନୁସାରେ ସେ ରାତି ଦୁଇଟା ରୁ କୁଆଡେ ଚାଲି ଯାଇଥିଲା ।ଘର ଲୋକ ଖୋଜା ଖୋଜି କରି ସକାଳେ ଘର ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଏକ ଗଛରେ ଝୁଲାଇ ଥିବାର ଦେଖି ଥାନାକୁ ଖବର ଦେଇଥିଲେ ।ଖବର ପାଇ କୁଣ୍ଡାବାଇ ଥାନା ଅଧିକାରୀ ଅଲ୍ଲୀ ବାବୁ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ପୋଷ୍ଟ ମର୍ତମ୍ ପାଇଁ ଉଦଳା ଡାକ୍ତର ଖାନାକୁ ପଠାଇ ଥିଲେ ।ୟୁ,ଡି,କେସ ନ ୬୦/୧୬.୧୨.୨୦ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ଉଦଳା ରୁ ମୟୂରଭଞ୍ଜ ସାମ୍ବାଦିକ ସୁରେଶ୍ଵର ଜେନା ଙ୍କ ରିପୋର୍ଟ ନୂତନ ଓଡ଼ିଶା ନି ଉଜ୍ ।