ପୁରା ଖବର ବିଷୟରେ



ଦିଲ୍ଳୀରେ କୃଷକ ଆନ୍ଦୋଳକୁ ସମର୍ଥନ ଜଣାଇ ଦେଶବ୍ୟାପି ଚାଷି ଆନ୍ଦୋଳନ ହେଉଥିବା ବେଳେ ଆଜି ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

Dec 14 2020 10:07PM
Reporter ଯୋଗେଶ୍ଵର ଦାସ ଦିଲ୍ଳୀରେ କୃଷକ ଆନ୍ଦୋଳକୁ ସମର୍ଥନ ଜଣାଇ ଦେଶବ୍ୟାପି ଚାଷି ଆନ୍ଦୋଳନ ହେଉଥିବା ବେଳେ ଆଜି ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କୃଷକ ସଂଗଠନ ସମେତ ବିଭିନ୍ନ ରାଜନୈତିକ ଦଳ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଯୁବ କଂଗ୍ରେସ କମିଟି,ସିପିଆଇ(ଏମ୍ଏଲ୍),ସିଟୁ ସମେତ ବିଭିନ୍ନ ଶ୍ରମିକ ସଂଗଠନ ଆଜି ରାୟଗଡା ସହରର ପିଡବ୍ଲୁଡି ଛକରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ଚାଷି ମାରଣନିତୀକୁ ବିରୋଧ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଦେଶରେ କେନ୍ଦ୍ରର ମୋଦି ସରକାର ଆଣିଥିବା କୃଷି ବିଲ୍ କୁ ତୁରନ୍ତ ଉଛେଦ କରିବା ସହ ଦିଲ୍ଲୀରେ ମୃତ୍ୟୁବରଣ କରିଥିବା 4 ଜଣ ଚାଷିଙ୍କ ପରିବାରକୁ 50ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଏହି କୃଷି ବିଲ୍ ଆସିବା ଦ୍ବାରା ଦେଶରେ ଚାଷି ମାନେ ବହୁତ କ୍ଷତି ସହିବା ସହ ମଣ୍ଡି ବ୍ୟବସ୍ଥା ଉଛେଦ ହୋଇଯିବ । ଫଳରେ ଚାଷି ଦଲାଲଙ୍କ ଶିକାର ହେବେ ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଛି । ତେବେ କେନ୍ଦ୍ର ସରକାର କୃଷି ଅଧ୍ୟାଦେଶ ବିଲ୍ ତୁରନ୍ତ ବାତିଲ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି ।