ପୁରା ଖବର ବିଷୟରେ



ଦେହରେ କିରୋସିନ୍ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ଯମ)

Dec 12 2020 7:44PM
ରାୟଗଡା : କିରୋସିନ୍ ଢାଳି ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ଯମ। ରାୟଗଡା ସହରର ଷ୍ଟେଟ୍ ବ୍ଯାଙ୍କ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁତ୍ବର ଆହତ କେ.କାବ୍ଯା(19) ଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଶରୀରର ପ୍ରାୟ 80 ଭାଗ ପୋଡି ଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମ ର ପ୍ରକୃତ କାରଣ ଜଣାପଡିନଥିବା ବେଳେ।ଘରୋଇ କଳହରୁ ମହିଳା ଜଣକ ଆତ୍ମହତ୍ୟା ଉଦ୍ଯମ କରିଥିବା ଅନୁମାନ କରାଯାଉଛି। ଖବର ପାଇ ରାୟଗଡ଼ା ଟାଉନ୍ ଥାନା ପୁଲିସ ମେଡ଼ିକାଲ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।