ପୁରା ଖବର ବିଷୟରେ



ପଥର ଚୋରା ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଶାଖା ଦ୍ବାରା ବିପୁଳ ପରିମାଣର ରତ୍ନ ପଥର ଜବତ।

Dec 8 2020 5:35AM
One Arrest ରିପୋର୍ଟ- ଯୋଗେଶ୍ଵର ଦାସ ପଥର ଚୋରା ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଶାଖା ଦ୍ବାରା ବିପୁଳ ପରିମାଣର ରତ୍ନ ପଥର ଜବତ। ରାୟଗଡା ସହରର ଜଗନ୍ନାଥ କମ୍ପ୍ଲେକ୍ସ ର ଏକ ଘରେ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢ଼ାଉ କରିଥିଲା। ଚଢାଉ ବେଳେ ଦୁଇଟି ଅଖା ବସ୍ତାରେ ଥିବା ବିଭିନ୍ନ କିସମର 151 କିଲୋ ମୂଲ୍ଯବାନ ରତ୍ନ ପଥର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ଯ 1 କୋଟି ଟଙ୍କାର ହେବ ବୋଲି ରାୟଗଡା ଏସପି ଶର୍ବଣା ବିବେକ୍ ଏମ୍ ସୂଚନା ଦେଇଛନ୍ତି। ଏହି ମାମଲାରେ ପୁଲିସ ଜିତେନ୍ଦ୍ର କୁମାର ବେହେରାଙ୍କୁ ଗିରଫ କରିଛି। ଜବତ ହୋଇଥିବା ରତ୍ନପଥର 20 ପ୍ରକାର ଥିବା ପୁଲିସ କହିଛି। ତେବେ ଏହି ମାମଲାରେ ଆଉ କିଏ ସଂପୃକ୍ତ ଅଛନ୍ତି ତାକୁ ନେଇ ପୁଲିସ ଖୋଳତାଢ ଆରମ୍ଭ କରିଛି।