ପୁରା ଖବର ବିଷୟରେ



ଛତିଗଡ଼ ସୁକମା ଜିଲ୍ଲାରେ ପୋଲିସ ନକ୍ସଲ ମୁହାଁ ମୁହିଁ। ୫ ନକ୍ସଲ ଗିରଫ।

Dec 6 2020 5:36PM
ଛତିଗଡ଼ ସୁକମା ଜିଲ୍ଲାରେ ପୋଲିସ ନକ୍ସଲ ମୁହାଁ ମୁହିଁ। ୫ ନକ୍ସଲ ଗିରଫ। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ସୂଚନା ଅନୁଯାୟୀ ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲା ଗାଦିରସ୍ ଥାନା ଅନ୍ତର୍ଗତ ଗୁଫଡି ଜଙ୍ଗଲ ନିକଟରେ ଗୁଇନ୍ଦା ସୂଚନା ପାଇ ଡି ଆର୍ ଜି ଯବାନ ଏବଂ ୨ଟି ସି ଆର୍ ପି ଏଫ୍ ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ଅଭିଯାନ ସମୟରେ ନକ୍ସଲ ମାନେ ପୂର୍ବରୁ ପ୍ରସ୍ତୁତି ସହ ପୋଲିସ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳି ମାଡ କରିଥିଲେ। କିଛି ସମୟ ର ଗୁଳିବିନିମୟ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଯବାନମାନେ ଗୁଫଡି ଜଙ୍ଗଲ ନିକଟରେ ସର୍ଚ୍ଚ ଅପରେସନ କରିବାପରେ ୫ ଜଣ ନକ୍ସଲଙ୍କ ଗିରଫ କରିବାରେ ସକ୍ଷମ ହୋଇଥିଲେ। ସେମାନେ ହେଲେ ସୋଡି ଭିମା, ମାଡବି ଲଖମା, ମାଡକାମ୍ ବଣ୍ଡି,ମାଡବି ନନ୍ଦା, କିକିଡ ଗଙ୍ଗା। ଏମାନେ ମିଲିଟାରୀ ପ୍ଲାଟୁନ୍ ସଂଗଠନ ରେ କାର୍ଯ୍ୟରତ ଥିଲେ। ତାଙ୍କ ସହିତ ଟିଫିନ୍ ବୋମା, ଦିଟୋନେଟର୍,ଜିଲେଟିନ ରଡ଼ ଇତ୍ୟାଦି ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନମାନେ। ଏହି ୫ ଜଣ ନକ୍ସଲଙ୍କ ଧାର ୧୪୭,୧୪୮,୧୪୯,୩୦୭ ଅନୁଯାୟୀ ସୁକମା କୋର୍ଟ ଚାଲାଣ କରାଯାଇଛି।