ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲା ସ୍ତରିୟ ଧାନ ମଣ୍ଡି ଉଦଘାଟନ ସମାରୋହ ଅନୁଷ୍ଠିତ।

Dec 1 2020 7:01PM
ନବରଙ୍ଗପୁର ଜିଲ୍ଲା ସ୍ତରିୟ ଧାନ ମଣ୍ଡି ଉଦଘାଟନ ସମାରୋହ ଅନୁଷ୍ଠିତ। ରିପୋର୍ଟ- କରେଶ ଉପାଶୀ ଙ୍କନବରଙ୍ଗପୁର ନବରଙ୍ଗପୁର ସ୍ଥିତ ନିୟନ୍ତ୍ରିତ ବଜାର କମିଟି ର ମୁଖ୍ୟ ବଜାର ପ୍ରାଙ୍ଗଣରେ ଆଜି ୨୦୨୦-୨୧ ଖରିଫ ବର୍ଷର ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଛି। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ ମନାହାର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଶୁଭ ଉଦଘାଟନ କରିଛନ୍ତି।କାର୍ଯ୍ୟକ୍ରମରେ ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ,RMC ର ସମ୍ପାଦକ ଚନ୍ଦ୍ର ସେଠିଆ, CSO ସଂଜୀବ କୁମାର ସାହୁ, ଜିଲ୍ଲାର ବହୁ ବରିଷ୍ଠ ଚାଷୀ ଓ ମିଲେର ଏବଂ RMC କମିଟି ର ସଭ୍ୟ ମାନେ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଆଜି ଠାରୁ ନବରଙ୍ଗପୁର,ନିୟନ୍ତ୍ରିତ ବଜାର କମିଟି ଜିଲ୍ଲା ରେ ୫୫ ଗୋଟି ସ୍ଥାୟୀ ଓ ଅସ୍ଥାୟୀ ଧାନ ମଣ୍ଡି ମଧ୍ୟରେ ଜିଲ୍ଲାର ଚାଷୀମାନଙ୍କ ଠାରୁ ଧାନ ସରକାରୀ ଧାର୍ଯ୍ୟ ମୂଲ୍ୟରେ କ୍ରୟ କରାଯିବ।