ପୁରା ଖବର ବିଷୟରେ



ଭୁଲିଗଲେ କରୋନା କଟକଣା l

Nov 30 2020 5:38PM
ଭୁଲିଗଲେ କରୋନା କଟକଣା l କାର୍ତିକ ମାସର ଶେଷ ସୋମବାର ସହ କାର୍ତିକ ପୁର୍ଣିମା l ତେଣୁ, ମନ୍ଦିର ଗୁଡିକରେ ଭିଡ଼ ହେବା ଦ୍ୱାରା କରୋନା ବ୍ୟାପିବାର ଆଶଙ୍କା କରି ସରକାର କଟକଣା ଜାରି କରିଥିଲେ l କାର୍ତିକ ପୁର୍ଣିମାରେ ବୋଇତ ଭସାଣି ପାଳନ କରାଯିବାକୁ ମନା କରିବା ସହ ବିଭିନ୍ନ ମନ୍ଦିର ଗୁଡିକୁ ବନ୍ଦ କରିବାରୁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇଥିଲେ l ସେଗୁଡିକୁ କଡାକଡି ରୂପେ ପାଳନ କରିବାକୁ ସ୍ଥାନୀୟ ପ୍ରଶାସନ ସହ ଜିଲ୍ଲା ପୋଲିସ କୁ ମଧ୍ୟ ନିର୍ଦେଶ ଦିଆଯାଇଥିଲା l ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଗନ୍ନାଥ ମନ୍ଦିର ଓ ଝରିଗୁମ୍ମା ନିକଟସ୍ଥ ଘୁମରେଶ୍ବର ମନ୍ଦିରରେ ଶିବ ଭଗବାନ ଙ୍କ ଦର୍ଶନ ପାଇଁ ଶହଶହ ଭକ୍ତ ଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଛି l ପୋଲିସ ସେଠାରେ ଉପସ୍ଥିତ ରହିଥିଲେ ମଧ୍ୟ ଆଖିବୁଜି ଦେଇଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା l ସରକାର ଙ୍କ କରୋନା କଟକଣା କୁ ଏଠାରେ ପ୍ରଶାସନ ଓ ଭକ୍ତ ଫୁ କରିଦେଇଛନ୍ତି l ଅନ୍ୟପଟେ ପୂଜକ ମନ୍ଦିର ବନ୍ଦ ଥିବା କହିଥିଲେ ମଧ୍ୟ ଲୋକେ ଶିବ ଦର୍ଶନ ପାଇଁ ଲାଇନ ଲାଗିବା ସହ କୌଣସି ଭକ୍ତ ଙ୍କ ମୁହଁରେ ମାସ୍କ ଦେଖିବାକୁ ମିଳିନଥିଲା ।ତେନ୍ତୁଳିଖୁଣ୍ଟି ବ୍ଲକ ରୁ ମୁନ୍ନା ଦଳେଇଙ୍କ ରିପୋଟ ନୂତନ ଓଡିଶା news