ପୁରା ଖବର ବିଷୟରେ



ରାୟଗଡ଼ା ପୋଲିସ ପକ୍ଷରୁ ବିପୁଳ ପରିମାଣର ଗୁଟୁକା ଜବତ ।

Nov 29 2020 2:15PM
ରାୟଗଡ଼ା ପୋଲିସ ପକ୍ଷରୁ ବିପୁଳ ପରିମାଣର ଗୁଟୁକା ଜବତ । Reporter - ଯୋଗେଶ୍ୱର ଦାସ (ରାୟଗଡା) ରାୟଗଡ଼ା ଟାଉନ୍ ଥାନା ପୁଲିସ କୁ ମିଳିଛି ବଡଧରଣର ସଫଳତା। ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇଁ ଏସ ଆଇ ଶିବ ଶଙ୍କର ସାହୁ, ମାନସ ରଞ୍ଜନ ସାହୁ ଓ ଜୟସ୍ମିତା ବେହେରା ସାଇପ୍ରିୟା ନଗର ଅଞ୍ଚଳର ତିନିଟି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ଯାପକ ପରିମାଣ ର ଗୁଟଖା ଜବତ କରାଯାଇଛି। ଆଉ ଏହି ଗୁଟଖା କାରବାରର କିଙ୍ଗପିନ୍ ଆଇ.ରବି କୁମାର କୁ ପୁଲିସ ଗିରଫ୍ କରି ଅଧିକ ପଚରାଉଚରା କରୁଛି। ଜବତ ହୋଇଥିବା ଗୁଟଖାର ବଜାର ମୂଲ୍ଯ ପ୍ରାୟ 25 ଲକ୍ଷ ଟଙ୍କା ହେବ ବୋଲି ରାୟଗଡା ଏସପି ଶର୍ବଣା ବିବେକ ଏମ ସୂଚନା ଦେଇଛନ୍ତି। ତେବେ ଏହି ଗୁଟଖା କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ତାର ଖୋଳତାଢ ଆରମ୍ଭ କରି ଛି ଟାଉନ୍ ପୁଲିସ।