ପୁରା ଖବର ବିଷୟରେ



ମୂମୂର୍ଷ ଦୁର୍ଘଟଣାରେ ଜଣେ ଗୁରୁତର ..

ମୂମୂର୍ଷ ଦୁର୍ଘଟଣାରେ ଜଣେ ଗୁରୁତର ............................ ଭାଇଚାରା ଆଉ ଉଦାରତା ମହକ ମହକ ର ସାନିଧ୍ୟ ପାଇ ଅନେକ ସମସ୍ୟା ସହ ଜୁଝିବାର ସାହସ ପାଇଥାଏ।। ମଣିଷ ଜୀବନ ଅନ୍ୟର ଉପକାର ରେ ନ ଆସିଲେ ଆଉ କେଉଁ କାମକୁ ବୋଲି ବିଶ୍ୱାସ ରଖୁଥିବା ମଣିଷ ଙ୍କ ଯୋଗୁଁ ଅନେକ ସମୟ ରେ ଅନେକ ଦୁର୍ମୂଲ୍ୟ ଜୀବନ ବଞ୍ଚି ଯାଉଛି, ସେମିତି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ ସିନାପାଲି ବିଜୁ ଏକ୍ସପ୍ରେସ ସଡକ ଦୁର୍ଘଟଣାରେ ଦେଖିବାକୁ ମିଳିଛି, ଗଣ୍ଡାମେର ଗ୍ରାମ ର ଜନୈକ ଜୁବକ ଓ ଲିଟିଗୁଡାର ଜଣେ ଜୁବକ ସାମ୍ନା ସାମ୍ନି ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଘୋଟଣାସ୍ଥଳରେ ଖବର ଶୁଣି ସହାୟତା ପାଇଁ ରବିନ୍ଦ୍ର କୁମାର ରାଉତ, ମୁକୁନ୍ଦ ରାଉତ ଆଗେଇ ଆସି ଚିକିତ୍ସା ପାଇଁ ଧର୍ମଗଡ ନେଇଥିଲେ, ଡକ୍ଟର ଙ୍କ ସୁପାରିଶ କ୍ରମେ ଜଣ ଙ୍କୁ କଟକ ନେବା ପାଇଁ ଅଣ୍ଟା ଭିଡ଼ି ଛନ୍ତି, ଏ ଭଲି ମହନୀୟ କାର୍ଯ୍ୟ ପାଇଁ ଜୁବଗୋଷ୍ଠୀ ଙ୍କୁ ସାଧୁବାଦ।। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରୁ ରବିନ୍ଦ୍ର କୁମାର ରାଉତ ଙ୍କ ରିପୋର୍ଟ ନୂତନ ଓଡିଶା ନିଉଜ ।