ପୁରା ଖବର ବିଷୟରେ



ଭାରସାମ୍ୟ ହରାଇ ଦୁଇ ଦିନରେ ଦୁଇଟି ବାଇକ ଗୋଟିଏ କାର ସଡ଼କ ଦୃଘଟଣା...... ........................................

ଭାରସାମ୍ୟ ହରାଇ ଦୁଇ ଦିନରେ ଦୁଇଟି ବାଇକ ଗୋଟିଏ କାର ସଡ଼କ ଦୃଘଟଣା...... .....................ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ଗ୍ରାମ ର ତାରିଣୀ ମନ୍ଦିର ସମ୍ମୁଖ ରେ ଦ୍ରୁତ ଗତି ରେ ଯାଉଥିବା କାର ଟି ରାସ୍ତା କଡ଼ ରେ ଓଲଟି ପଡ଼ିବାରୁ କାର ଭିତରେ ଥିବା ସମସ୍ତ ୮ ଜଣ ଆହତ ହେଇଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ୪ ମହିଳା ୨ ଓ ଶିଶୁ ୨ ଜଣ ଅଛନ୍ତି। କାର ଟି ଡ଼ାବୁଗାଁ ନିକଟସ୍ଥ ଜବାଗୁଡା ରୁ ରାଇଘର ନିକଟସ୍ଥ ଭରସୁଣ୍ଡି ଗ୍ରାମ କୁ ଏକ ବାହା ଘର ଉତ୍ସବ ରେ ଯୋଗ ଦେବା ପାଇଁ ଯାଉଥିଲେ। କିନ୍ତୁ ବେହେଡା ନିକଟରେ ଥିବା ତାରିଣୀ ମନ୍ଦିର ସମ୍ମୁଖ ରେ ଏକ ଖ।ଲ କୁ କାଟି ବା କୁ ଯାଇ ଭାରସାମ୍ୟ ହରାଇ ରାସ୍ତା କଡ ରେ ଓଲଟି ଜଙ୍ଗଲ ଭିତରେ ଗୋଟିଏ ଗଛ କୁ ଯାଇ ବାଜିଥିଲା। କାର ରେ ଡ୍ରାଇଭର ସମେତ ୮ ଜଣ ଥିଲେ। କାର ଟି ଦୃତ ଗତିରେ ଥିବା ରୁ ଦୁର୍ଘଟଣା ଘଟିଲା ବୋଲି ଉପସ୍ଥିତ କିଛି ଲୋକ ସୂଚନା ଦେଇଛନ୍ତି। ଖବର ପାଇଁ ଉମରକୋଟ ଅତିରିକ୍ତ ଥାନା ଅଧିକାରି ଶ୍ରୀ ଯୁକ୍ତ ଲିମା ରାଜ ପ୍ରଧାନ ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ପଠାଇଥିଲେ। ଜଣକର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ବର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୁ ସ୍ଥାନାନ୍ତର କରାଯାଇଛି।... ଠିକ ଏହିଭଳି ଦୃଘଟଣା ନବରଙ୍ଗପୁର ସଦର ମକୁମା ର କୁସୁମୀ ଗାଁ ନିକଟସ୍ତ ମଙ୍ଗଳମ ଟ୍ୱିମ୍ବର ରାସ୍ତା ରେ ଗଟିଏ ବାଇକ ରେ ତିନିଜଣ. କୃଷ୍ଣ ଭତରା. ମହେଶ୍ୱର ଭତରା. କୁସ ଭତରା. ବାଇକ ଦୃଘଟଣା ଗ୍ରସ୍ତ ହେଇ ଥିବାବେଳେ କେହି ଜଣେ ନବରଙ୍ଗପୁର ଅଗ୍ନିଶମ ବହିବାକୁ ଫନ କରିବାରୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି. ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ.... ସେହିଦିନ ହିଁ ସନ୍ଧ୍ୟା ରେ ପାପଡାହାଣ୍ଡି ବ୍ଲକ. ଡେଙ୍ଗା ଗୁଡା ର କପିଳାସ ହରିଜନ. ନରସିଂ ହରିଜନ ବାଇକ ରେ ସଡ଼କ ଦୃଘଟଣା ଗ୍ରସ୍ତ ହୋଇ ନବରଙ୍ଗପୁର ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସିତ ହେଉଛନ୍ତି...... ......................................ନବରଙ୍ଗପୁର ରୁ ରିପୋର୍ଟ ବର୍ତ୍ତ ହରିଜନ ନୂତନ ଓଡିଶା ନିୟୁଜ