ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲାରେ ଭାରତ ବନ୍ଦ ର ଆଂଶିକ ପ୍ରଭାବ

Nov 27 2020 8:26AM
ନବରଙ୍ଗପୁର ଜିଲ୍ଲାରେ ଭାରତ ବନ୍ଦ ର ଆଂଶିକ ପ୍ରଭାବ - ନବରଙ୍ଗପୁର ଜିଲ୍ଲାରେ ବନ୍ଦ ଡ଼କାଯାଇଥିବା ଭାରତ ବନ୍ଦର ପ୍ରଭାବ ଆଂଶିକ ଦେଖାଦେଇଛି l ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକ ନିକଟରେ ରାଜମିସ୍ତ୍ରୀ ସଂଘର କର୍ମକର୍ତା ମାନେ ଏକତ୍ରିତ ହୋଇ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି l ଫଳରେ ନବରଙ୍ଗପୁର ଜିଲ୍ଲାରୁ କୋରାପୁଟ ଜିଲ୍ଲା ଯିବାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l କିନ୍ତୁ, ନବରଙ୍ଗପୁର ଜିଲ୍ଲା ଭିତରେ ସମସ୍ତ ଦୋକାନବଜାର ସ୍ୱାଭାବିକ ଭାବେ ଖୋଲା ରହିଥିବା ବେଳେ ଜିଲ୍ଲା ମଧ୍ୟରେ ସହଜରେ ଯାତାୟାତ ଚାଲିଛି l ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲା ରହିଛି l ନବରଙ୍ଗପୁର ଜିଲ୍ଲାର ସମସ୍ତ ସହରରେ ଦୋକାନ ଗୁଡିକ ଖୋଲା ରହିଛି l ପ୍ରକାଶଯୋଗ୍ୟ ଯେ - କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ୍ ପ୍ରତ୍ୟାହାର ସହ ୩୧ଟି ଦାବିକୁ ନେଇ ଆଜି ନବରଙ୍ଗପୁର ଜିଲ୍ଲାର ରାଜମିସ୍ତ୍ରୀ ସଂଘ ୨୪ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା l ନବରଙ୍ଗପୁର ଜିଲ୍ଲାରେ ଏହି ବନ୍ଦ ଡାକରାକୁ ଜିଲ୍ଲା କଂଗ୍ରେସ ଦଳ ପୁରା ସମର୍ଥନ ଦେଇଛି। ଜିଲ୍ଲା ବାହାରକୁ ଯାତାୟାତ ବ୍ୟତୀତ ସମସ୍ତ ସେବା ଖୋଲା ରହିଥିବା ଦେଖିବାକୁ ମିଳିଛି l ତେଣୁ ଭାରତ ବନ୍ଦ ର ଆଂଶିକ ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ l