ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳନ

Nov 26 2020 5:44PM
ପ୍ରତି ବର୍ଷ ଭଳି ଆଜି ରାୟଗଡା ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳନ କରାଯାଇଛି.ଏହି କାର୍ଯ୍ୟକ୍ରମରେ ସମସ୍ତ ଭାଜପା ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା Dr ଭୀମରାଓ ରାମଜୀ ଅମ୍ୱେଦକରଙ୍କୁ ସ୍ମରଣ କରି ଦୀପ ପ୍ରଜ୍ୱଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରିଲେ.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶ କ୍ରମେ ଏହି ସମ୍ବିଧାନ ଦିବସ ଉପଲକ୍ଷେ ଆଗାମୀ 10ଦିନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ. ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିବା ବ୍ୟକ୍ତି ହେଲେ ଶ୍ରୀ କାଳୀରାମ ମାଝୀ,ଶ୍ରୀ ବସନ୍ତ କୁମାର ଉଲ୍ଲାକା,ଶ୍ଶ୍ରୀ ସନ୍ତୋଷ ହିକକା,ଶ୍ରୀ ଜିତେନ୍ଦ୍ର ନାୟକ, ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା,ଶ୍ରୀ ଅଜୟ ଚୂଲେଟ, ଶ୍ରୀମତୀ ଲକ୍ଷ୍ମୀ ବୁରୁଡି, ଶ୍ରୀମତୀ ମଞ୍ଜୁଳା ମିନିଆକା,ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ,ଶ୍ରୀ କିଶୋର ପଣ୍ଡା,ଶ୍ରୀ ରାଜେଶ ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ଭାଜପା ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ. ରାୟଗଡା ରୁ ଯୋଗେଶ୍ୱର ଦାସକଂ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍