ପୁରା ଖବର ବିଷୟରେ



ଭାରତୀୟ ଜାତୀୟ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ତରଫରୁ ଭାରତ ବନ୍ଦ ଡାକରା-------

Nov 26 2020 4:33PM
ଭାରତୀୟ ଜାତୀୟ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ତରଫରୁ ଭାରତ ବନ୍ଦ ଡାକରା------- ଆଜି ପୂର୍ବାହ୍ନ ୧୦ଟାରେ ଅଖିଳ ଭାରତ କୃଷକ ସଂଘର୍ଷ ସମ୍ୱନୟ ସମିତି ଆହ୍ୱାନ କ୍ରମେ ଦେଶବ୍ୟାପୀ ହରତାଳ/ପ୍ରତିବାଦ ଆନ୍ଦୋଳନ ରେ ଯୋଗଦାନ କରିଥିବା ଅନେକ ରାଜନୈତିକ ଦଳ ମାନଙ୍କ ମଧ୍ୟରୁ ଧାମନଗର ବ୍ଲକ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ତରଫରୁ ମୋଦି ସରକାର ଅମଳରେ ଶ୍ରମିକ କୃଷକ ଓ ଜନ ବିରୋଧି ନୀତି ନିୟମ ବିରୁଦ୍ଧରେ ୨୬ ନଭେମ୍ବର ଭାରତ ବନ୍ଦକୁ ସଫଳ କରାଇବା ପାଇଁ ଦୋକାନ,ବଜାର,ଗାଡ଼ି,ମୋଟର ବନ୍ଦ କରାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ଉକ୍ତ ଭାରତ ବନ୍ଦ ଡାକରାରେ କମ୍ୟୁନିଷ୍ଟ ପାର୍ଟି ତରଫରୁ ମହମ୍ମଦ ଜୈନୁଲ ଆଵେଦିନ,ଓଡ଼ିଶା କୃଷକ ସଭା ସଂଗଠନ ତରଫରୁ ଦୁର୍ଗା ଚରଣ ଅଧିକାରୀ,ଗୟାଧର ସାହୁ,ଦାମୋଦର ଯେନା ଏବଂ ଭାରତୀୟ ଜାତୀୟ କଂଗ୍ରେସ ଧାମନଗର ବ୍ଲକ ତରଫରୁ ଧାମନଗର ବ୍ଲକ ର ଟାଣୁଆ ନେତା ଶ୍ରୀ ଯୁକ୍ତ ବିଦ୍ୟାଧର ଜେନା, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଯୁକ୍ତ ହୃଦାନନ୍ଦ ସେଠୀ,ଧାମନଗର ବ୍ଲକ ସଭାପତି ଶ୍ରୀ ଯୁକ୍ତ ପ୍ରସନ୍ନ କୁମାର ଧଳ,ଧାମନଗର ସଂଖ୍ୟା ଲଘୁ ସେଲର ନତା ସେକ ନେଜାମୁଦ୍ଧିନ ,ସେକ ଗୋଲାମ ସାଦ ଏବଂ ଅନେକ ସ୍ବେଛାସେବୀ ବୁଦ୍ଧିଜିବୀ ସେମାନଙ୍କ ର ବହୁମୂଲ୍ୟ ସମୟକୁ ଉତ୍ସର୍ଗ କରିଥିଲେ। ଧାମନଗର ବ୍ଲକ ପ୍ରତିନିଧି ଙ୍କ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ।