ପୁରା ଖବର ବିଷୟରେ



Bharat Bond

Bharat Bond ବିଭିନ୍ନ ଦାବି ନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ଭାରତ ବନ୍ଦର ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ରାୟଗଡା ରେ ଦେଖିବାକୁ ପଡୁଛି। ଆଜି ଜିଲ୍ଲାରେ କାର୍ଯ୍ଯରତ 9ଟି ସଂଗଠନ କେନ୍ଦ୍ର ସରକାରଙ୍କ ମାରଣନିତୀକୁ ବିରୋଧ କରି ରାସ୍ତାକୁ ଓଲ୍ଲାଇଛନ୍ତି। ଶ୍ରମିକ ସଂଗଠନର ଶତାଧିକ କର୍ମୀ ଆଜି ସହରର କପିଳାସ ଛକରେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଶହ ଶହ ସଂଖ୍ଯାରେ ଭାରିଯାନ ଅଟକ ରହିଛି। ସେହିପରି ରାୟଗଡ଼ା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଫଳରେ ସାଧାରଣ ଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ଜରୁରୀକାଳୀନ ସେବାକୁ ବାଦ୍ ସମସ୍ତ ବ୍ଯବସିୟୀକ ପ୍ରତିଷ୍ଠାନ ବନ୍ଦ ରହିଛି। ସେହିପରି ବ୍ଯାଙ୍କ ପ୍ରତିଷ୍ଠାନ ମଧ୍ଯ ବନ୍ଦ ରହିଛି। ଶ୍ରମିକ ସଂଗଠନର କର୍ମୀ ମାନେ ପିକେଟିଂ କରି ଭାରତବନ୍ଦ ଡାକରାରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି। ଅନ୍ଯପଟେ ଆଇନଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବ୍ଯାପକ ପୁଲିସ ମୁତ୍ତୟନ କରାଯାଇଛି। ସେହିପରି ରାୟଗଡା ଜିଲ୍ଲାର ଅନ୍ଯ ବ୍ଲକରେ ମଧ୍ଯ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।