ପୁରା ଖବର ବିଷୟରେ



ମାଳତୀ ଙ୍କ ପାଖେରେ ପହଞ୍ଚିଲେ କିନ୍ନର ମହାସଂଘର ସଭାନେତ୍ରୀ

ମାଳତୀ ଙ୍କ ପାଖେରେ ପହଞ୍ଚିଲେ କିନ୍ନର ମହାସଂଘର ସଭାନେତ୍ରୀ କିଛିଦିନ ତଳେ ମାନ୍ୟବର ପର୍ଯ୍ୟବେକ୍ଷକ ମାଲକାନଗିରି ଜିଲ୍ଲା ଶ୍ରୀଯୁକ୍ତ ଚନ୍ଦ୍ରସାରଥୀ ବେହେରା ଙ୍କ ନିର୍ଦ୍ଦେଶରେ ମାଲକାନଗିରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏବଂ ମାଲକାନାଗିରି ଜିଲ୍ଲା ପ୍ରଶାସନ ତରଫରୁ ଖଇରପୁଟ ର ଅସହାୟ ଅବସ୍ତାରେ ଥିବା କିନ୍ନର ମାଳତୀ ଗୋଲରୀ ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି ମୀରା ପରିଡା (ନ୍ୟାସନାଲ ଟ୍ରାନ୍ସଜେଣ୍ଡର କାଉନସିଲ ମେମ୍ବର ତଥା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦିକା ), ମେଘନା ସାହୁ (ସମ୍ପାଦିକା ଅଲ୍ ଓଡିଶା କିନ୍ନର ମହାସଂଘ ), ସୁଇଟି ସାହୁ (ଉପସଭାପତି ଅଲ୍ ଓଡିଶା କିନ୍ନର ମହାସଂଘ ) ମାନେ ମାଲକାନଗିରି ଗସ୍ତରେ ଆସି ଗୋବିନ୍ଦପାଲ୍ଲୀ ସ୍ଥିତ ବୃଦ୍ଧାଶ୍ରମ ରେ ପହଞ୍ଚି କିନ୍ନର ମାଳତୀ ଗୋଲରୀ ଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ର ତଦାରଖ କରିବା ସହିତ ମାଳତୀ ଗୋଲରୀ ଙ୍କୁ ଶାଢୀ ଓ ଉପଢୌକନ ପ୍ରଦାନ ସହ ରାଜ୍ୟ ଓଡିଶା ଟ୍ରାନ୍ସଜେଣ୍ଡର ସଙ୍ଗଠନ ତରଫରୁ ୨୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।ଏହା ସହ ମାନ୍ୟବର ପର୍ଯ୍ୟବେକ୍ଷକ ମାଲକାନଗିରି ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ ମାଲକାନଗିରି ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ମାଳତୀ ଗୋଲରୀ ଙ୍କୁ ନେଇ ତାଙ୍କର ଖଇରପୁଟ ସ୍ଥିତ ଗ୍ରାମକୁ ଯାଇ ସେଠାକାର ସ୍ଥିତି ପରଖି କେମିତି ଖୁବଶୀଘ୍ର ସମସ୍ତ ସରକାରୀ ସୁବିଧା ମିଳିବ ସେ ସବୁ ଉପରେ ତାଙ୍କ ସହ ଗସ୍ତ କରିଥିବା ଖଇରପୁଟ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ  ହୃଦାନନ୍ଦ ସାହୁ ,ଖଇରପୁଟ ତହସିଲଦାର ଶ୍ରୀଯୁକ୍ତ ରାମକୃଷ୍ଣ ନାୟକ, ରାଜସ୍ବ ନିରୀକ୍ଷକ ଶ୍ରୀମତୀ ପ୍ରିୟଙ୍କା ପ୍ରଧାନ ,ମାଲକାନଗିରି ଡି,ଏସ,ଡବ୍ଲୁ,ଓ, ଶ୍ରୀମତୀ ରାଧା ମଣୀ ଦଳେଇ ,ଓ ମାଲକାନଗିରି ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀଯୁକ୍ତ ଆଡମା ରାବା, ମାଲକାନଗିରି ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ତାପସ ରଞ୍ଜନ ନାୟକ,ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ନୃସିଂହ ଚରଣ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ବେଳେ ମାଲକାନଗିରି ଜିଲ୍ଲା ର ଯୁବନେତା ଶିବ ତ୍ରିପାଠୀ,ଜଗନ୍ନାଥ ମାଝୀ,ରାଜୀବ ଲୋଚନ ସୀସା, ବିନୋଦ ଦେଶିଆନାୟକ, ମନୋଜ ପଟନାୟକ, କଣ୍ଟେଶ୍ୱର ପାଟଲା, ସୁନୀଲ ସାହୁ, ଏ.ରାଜୁରାଓ, ସୁକେଶ ପାଇକ,କେ.ରାହୁଲ ରାଓ ଓ ସତ୍ୟଜୀତ ଗୌଡ଼ ଉପସ୍ଥିତ ରହିଥିଲେ ମହିଳା ସଭାନେତ୍ରୀ ମାନଙ୍କ ମଧ୍ୟରେ ପାଣ୍ଡ୍ରିପାଣି ଜିଲ୍ଲା ପରିଷଦ ସଭ୍ଯ ଦହନା ତାଙ୍ଗୁଲ୍,ସମାଜ ସେବୀ ନିର୍ମଳା ଏକ୍କା,ଶ୍ରୀମତୀ ପ୍ରମିଳା ଗୁଟା,(ସରପଞ୍ଚ ରାସବେଡା) ଶ୍ରୀମତୀ ମୁକ୍ତା ହନ୍ତାଳ (ଏକ୍ସ ଭାଇସ ଚେରମେନ ଖଇରପୁଟ ବ୍ଳକ) ଓ ଡି.ଲଷ୍ମୀ ରାଓ ଉପସ୍ଥିତ ରହିଥିଲେ ଖଇରପୁଟ ବ୍ଲକ ସଭାପତି ସାଧୁ ହନ୍ତାଳ, ପୂର୍ବତନ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କ୍ରିସାନୀ ମାନେ ସାମିଲ ହୋଇଥିଲେ । ପରିଶେଷରେ ସମସ୍ତ ମିଡିଆ ବନ୍ଧୁ ଏବଂ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ ଦେଇଥିଲେ ।