ପୁରା ଖବର ବିଷୟରେ



ଶିବପାର୍ବତୀର ନୁହେଁ ଶିବସୋଫିୟାର ବିବାହ ଗଜପତିର ପ୍ରେମ ମାଲକାନଗିରିରେ ବିବାହ

Nov 26 2020 9:58AM
ଶିବପାର୍ବତୀର ନୁହେଁ ଶିବସୋଫିୟାର ବିବାହ ଗଜପତିର ପ୍ରେମ ମାଲକାନଗିରିରେ ବିବାହ ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ ବିବାହ ଦୁଇଟି ଆତ୍ମାକୁ ସାତ ଜନ୍ମର ସାଥି କରିଥାଏ lହିନ୍ଦୁ ଧର୍ମରେ ବିବାହର ବନ୍ଧନକୁ ଏକ ପବିତ୍ର ବନ୍ଧନ କୁହାଯାଏ lଆଜି ଏହାକୁ ପ୍ରମାଣ କରିଛନ୍ତି ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମବାସୀ lଶିବ କୁମାର ଓ ସୋଫିୟା ମୁସ୍କାନର ବିବାହ lଦୁହେଁ ଦୁହିଁଙ୍କୁ ନିଖୁଣ ଭଲ ପାଉଥିଲେ ମଧ୍ୟ ପ୍ରେମରେ ବାଧା ସାଜିଥିଲା ଧର୍ମ l କାରଣ ପୁଅ ହିନ୍ଦୁ ଓ ଝିଅ ମୁସଲିମ ଥିଲେ lତେଣୁ ଦୁହେଁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରୁ ମାଲକାନଗିରି ଜିଲ୍ଲାର ମାଥିଲି ନିଜ ସମ୍ପର୍କୀୟଙ୍କ ଘରକୁ ପଳେଇ ଆସିଥିଲେ l ଏମାନଙ୍କ ଖବର ଅଞ୍ଚଳ ବାସି ଜାଣିବା ପରେ ଆଜି ସ୍ଥାନୀୟ ରାମ ମନ୍ଦିର ରେ ହିନ୍ଦୁ ରୀତିନୀତି ଅନୁସାରେରେ ବିବାହ କରାଇଥିଲେ । ଶିବସୋଫିୟାର ବିବାହ ବନ୍ଧନକୁ ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପର୍କୀୟଙ୍କ ସହ ଅଞ୍ଚଳ ବାସି ବହୁତ ସହଯୋଗ କରିଥିଲେ l ବିବାହରେ ଉପସ୍ଥିତ ଥିବା ଅଞ୍ଚଳବାସି, ସାମ୍ପକୀୟ, ପୁରୋହିତ ସମସ୍ତେ ନବଦମ୍ପତିକୁ ଆଶ୍ରିବାଦ ଦେବା ସହ ନୂତନ ଜୀବନର ଶୁଭ କାମନା କରିଥିଲେ ।