ପୁରା ଖବର ବିଷୟରେ



ଭିନ୍ନକ୍ଷମ ଭତ୍ତା ନିମନ୍ତେ ଅନେକ ହାର ଗୁହାରୀ, ତଥାପି ମିଳି ପାରୁନି ମାନସିକ ଭିନ୍ନକ୍ଷମ କୁ ସରକାରୀ ଭତ୍ତା,,,,।

Nov 26 2020 9:57AM
.ଭିନ୍ନକ୍ଷମ ଭତ୍ତା ନିମନ୍ତେ ଅନେକ ହାର ଗୁହାରୀ, ତଥାପି ମିଳି ପାରୁନି ମାନସିକ ଭିନ୍ନକ୍ଷମ କୁ ସରକାରୀ ଭତ୍ତା,,,,। ସରକାର ଦିନ ହୀନ ଗରିବ ବାର୍ଦ୍ଧକ୍ୟ ଭିନ୍ନକ୍ଷମ ମାନଙ୍କ ପାଇଁ ଅନେକ ଜନ ହିତକାରୀ ଯୋଜନା ସବୁ ନିର୍ମାଣ କରୁଛନ୍ତି।ହେଲେ ସେସବୁ ଉପଯୁକ୍ତ ଲୋକମାନଙ୍କୁ ସଠିକ ସମୟରେ ମିଳିପାରୁନାହିଁ ।ଯାହା ଫଳରେ ଲୋକେ ଅନେକ ଦୁଃଖ ମୟ ଜିବନ ଯାପନ କରୁଛନ୍ତି।ଏଭଳି ଏକ ଦୟନୀୟ କରୁଣ କାହାଣୀ ଦେଖାଦେଇଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀ ଗୁଡା ଗ୍ରାମ ପନଚାୟତ ଓଲମା ଗାଁ ଠାରେ।ଓଲମା ଗାଁର ଜଣେ ଗରିବ ଆଦିବାସୀ ପରିବାର ର ଭବାନୀ ଶଙ୍କର ମାଝୀ ଓ ପଦମନୀ ମାଝୀ ଙ୍କ ୧୨ ବର୍ଷିଆ ନାବାଳିକ ଝିଅ ଅଙ୍କିତା ମାଝୀ ମାନସିକ ଭିନ୍ନକ୍ଷମ ଅବସ୍ଥାରେ ଦୀର୍ଘ ବର୍ଷ ହେଲା ଘରେ ପଡିରହିଛନ୍ତି ।ଯାହାର ଶରୀରର ୭୫% ଭାଗ ଅଙ୍ଗ ଅକାମି ଅଟେ।ହେଲେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ କୋୖଣସି ସାହାଯ୍ୟ ସହଯୋଗ ପାଇପାରୁନହାନ୍ତି ।ଭିନ୍ନକ୍ଷମ ଭତ୍ତା ପାଇଁ ପ୍ରଶାସନ ଆଗରେ ଅନେକ ଥର ହାର ଗୁହାର କରି ଆସୁଛନ୍ତି, ହେଲେ କୋୖଣସି ସୁଫଳ ମିଳୁନାହିଁ।ପୁଣି ଗ୍ରାମ ପନଚାୟତ୍ ସ୍ତରରେ ମଧ୍ୟ ମେମ୍ବର,ସରପଞ୍ଚ ଙ୍କୁ ଅନେକ ଥର ଅନୁରୋଧ କରି ଭତ୍ତା ନିମନ୍ତେ କାଗଜପତ୍ର ଦେଇ ନେହୁରା ହେଉଛନ୍ତି।ହେଲେ ଆଜି ପର୍ଯ୍ୟନ୍ତ ଭତ୍ତା ତଥା ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ରୁ ବନଚିତ୍ ହୋଇ ନାନା ପ୍ରକାର ଦୁଃଖ ଯନ୍ତ୍ରଣା ରେ କାଳାତିପାତ କରୁଛନ୍ତି ଗରିବ ଭବାନୀ ଶଙ୍କର ମାଝୀର ପରିବାର ବର୍ଗ।ତଥାପି ପ୍ରଶାସନ କୂମ୍ଭ ନିଦ୍ରାରେ ।ଏଣୁ ତୁରନ୍ତ ମାନସିକ ଭିନ୍ନକ୍ଷମ ନାବାଳିକା ଅଙ୍କିତା ମାଝୀ କୁ ସରକାର ଙ୍କ ତରଫରୁ ଭତ୍ତା ତଥା ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ସବୁ ଯୋଗାଇ ଦେବା ପାଇଁ ଅନଚଳରେ ଦାବୀ ହୁଏ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ଗଜିନ୍ଦ୍ରନାଗ ଙ୍କ ରିପୋର୍ଟ ନୂତନ ଓଡିଶା ନିଉଜ।