ପୁରା ଖବର ବିଷୟରେ



ବିଜେପିର ମଣ୍ଡଳ କମିଟି ଘୋଷଣା ସହ ମିଳନ ପର୍ବ ।

Nov 25 2020 10:14AM
ବିଜେପିର ମଣ୍ଡଳ କମିଟି ଘୋଷଣା ସହ ମିଳନ ପର୍ବ । Report:Manoj Das ଆଜି ଜଗନ୍ନାଥପୁର ଗ୍ରାମପଞ୍ଚାୟତ ର ପେଂଗୁଡା ଭୈରବୀ ମନ୍ଦିର ଠାରେ ବିଜେପିର ମଣ୍ଡଳ କମିଟି ଘୋଷଣା କରିବା ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।ଏଥିରେ ନୂତନ ଭାବେ ଶତାଧିକ କର୍ମୀ ବିଜେପିରେ ମିସିଥିଲେ ।ଏଥିରେ ପୃଥିବିରାଜ ପାଢ଼ୀ ମଣ୍ଡଳ ସଭାପତି ଙ୍କ ସହ ୬୧ ଜଣିଆ ମଣ୍ଡଳ କମିଟି ଙ୍କ ନାମ ଘୋଷଣା କରାଗଲା । ଏଥିରେ ୱାଇ.ଗଣପତି ବରିଷ୍ଠ କାର୍ଯ୍ୟକର୍ତା, ପୃଥିବିରାଜ ପାଢ଼ୀ ମଣ୍ଡଳ ସଭାପତି ଏବଂ ଜଗଦିଶ ପଣ୍ଡା ଜିଲ୍ଲା ପ୍ରଥିନିଧିଙ୍କ ପ୍ରଚେଷ୍ଟାରେ ବିଜେପିରେ ଶତାଧିକ କର୍ମୀ ଯୋଗଦାନକଲେ । ରାୟଗଡ଼ା ର ଆଦିବାସୀ ନେତା ବସନ୍ତ ଉଲାକା, ନୂତନଭାବେ ବିଜେପିରେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ସମ୍ବର୍ଦନା ଜ୍ଞାପନ କରିବା ସହ ଉତ୍ସାହିତ କରିଥିଲେ । ଏଥିରେ ବସନ୍ତ ଉଲାକା ଆଦିବାସୀ ନେତା, ୱାଇ.ଗଣପତି ବରିଷ୍ଠ କାର୍ଯ୍ୟକର୍ତା,ପୃଥିବିରାଜ ପାଢ଼ୀ ମଣ୍ଡଳ ସଭାପତି ଜଗନ୍ନାଥପୁର, ଶ୍ରୀନୁବାସ ସ୍ବାଇଁ ମଣ୍ଡଳ ସଭାପତି ଗୁଣପୁର ନଗର,କିଶୋର ପଣ୍ଡା ବରିଷ୍ଠ କାର୍ଯ୍ୟକର୍ତା,ତାରା ପ୍ରସାଦ ଶତପଥୀ ବରିଷ୍ଠ କାର୍ଯ୍ୟକର୍ତା , ବୃନ୍ଦାବନ ସେନାପତି ବରିଷ୍ଠ କାର୍ଯ୍ୟକର୍ତା ,ଜଗଦୀଶ ପାତ୍ର ବରିଷ୍ଠ କାର୍ଯ୍ୟକର୍ତା ଏବଂ ଉଦୟାନାଥ ପାଢ଼ୀ ରାଜ୍ୟ ପ୍ରଥିନିଧି ମଞ୍ଚାସିନା ଥିଲେ । ରାମନାଗୁଡାର ବରିଷ୍ଠ କାର୍ଯ୍ୟକର୍ତା ଚିନ୍ନା କଣ୍ଡଗୋରୀ ,କୁଜେନ୍ଦ୍ରୀ ମଣ୍ଡଳ ସଭାପତି ଧନୁ ବେହେରା , ଡମ୍ବସରା ର ବରିଷ୍ଠ କାର୍ଯ୍ୟକର୍ତା ବିଦ୍ୟା ଶବର ଉପସ୍ଥିତ ଥିଲେ । ଭଗବାନ ଚୌଧୁରୀ ବୈଠକ ସଂଯୋଜନା କରିଥିଲେ ।