ପୁରା ଖବର ବିଷୟରେ



ଜୟପାଟଣା ବ୍ଲକ ରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷା ସଂଘ ର ଜୟପାଟଣା ବ୍ଲକ ଠାରେ ତଲଗୁଡ଼ ଗ୍ରାମ ରେ ନିର୍ବାଚନ ସରି ଯାଇ ଅଛି

Nov 19 2020 8:19PM
ଜୟପାଟଣା ବ୍ଲକ ରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷା ସଂଘ ର ଜୟପାଟଣା ବ୍ଲକ ଠାରେ ତଲଗୁଡ଼ ଗ୍ରାମ ରେ ନିର୍ବାଚନ ସରି ଯାଇ ଅଛି । ଅଦ୍ୟ ତା-୧୮-୧୧-୨୦୨୦ ରିଖ ବୁଧ ବାର ଦିନ କୋରୋନା ମହାମାରୀ ପରିସ୍ଥିତି କୁ ଅନୁଧ୍ୟାନ କରି ଜୟପାଟଣା ବ୍ଲକ ର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷା ସଂଘ ତାଙ୍କର ନିର୍ବାଚନ ଜୟପାଟଣା ବ୍ଲକ ଅନ୍ତର୍ଗତ ତଲଗୁଡ଼ ଗ୍ରାମ ରେ ସଭାପତି, ଉପସଭାପତି ଚୟନ କରିଥିଲେ । ଏହି ନିର୍ବାଚନ ରେ ରାଜ୍ୟ ସ୍ତରୀୟ ଫେଡେରେସନ ଉପସଭାପତି ମାନ୍ୟବର ଶ୍ରୀ ଲବଣି ନାଏକ, ଜିଲ୍ଲା ସ୍ତରୀୟ ସମ୍ପାଦକ ଶ୍ରୀଯୁକ୍ତ ବିରେନ କୁମାର ନାୟକ ଜିଲ୍ଲା ଯୁକ୍ତ ଯୁଗ୍ମ ସମ୍ପାଦକ ୧- ଶ୍ରୀ ବିରେନ କୁମାର ନାଏକ ୨- ଶ୍ରୀ ଶିବ ପ୍ରସାଦ ଦାସ ଜିଲ୍ଲା କୋଷାଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ଜିଲ୍ଲା କୋର କମିଟି ୧- ଶ୍ରୀ ଯୁଗେନ୍ଦ୍ର ମିଶ୍ର ୨- ଶ୍ରୀନିବାସ ଅଚାରି ୩- ହୁଋଷିକେଶ ନାଗ ଜିଲ୍ଲା ଉପଦେଷ୍ଟା କମିଟି ସଦସ୍ୟ ୧- ଶ୍ରୀ କବିରାଜ ଦୁର୍ଗା ୨- ଶ୍ରୀ ଗଣେଶ ପ୍ରସାଦ ବେହେରା ୩- ଶ୍ରୀ ଭୁବନେଶ୍ୱର ପଟ୍ଟନାୟକ ଏବଂ ଜୁନାଗଡ଼, ଭବାନୀପାଟଣା, କୋକସରା ବ୍ଲକ ର ସମ୍ପାଦକ ମାନଙ୍କ ଉପସ୍ଥିତି ମଧ୍ୟ ରେ ଜୟପାଟଣା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷା ସଂଘ ର ସଭାପତି ନିର୍ବାଚନ କରା ଯାଇଥିଲା । ନବନିର୍ବାଚିତ କର୍ମକର୍ତ୍ତା ଙ୍କ ମଧ୍ୟରୁ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ଯୋଶୀ ୨ ଥର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଶ୍ରୀ ଲଳିତ କୁମାର ନାଏକ , ଉପସଭାନେତ୍ରୀ ଶ୍ରୀମତୀ ଡୁଲି ନାଏକ ଉପସଭାପତି ସଞ୍ଜୟ କୁମାର ପଣ୍ଡା ଏହି ରାଜ୍ୟ ସ୍ତରୀୟ ଏବଂ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ଜୟପାଟଣା ବ୍ଲକ ର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷା ସଂଘ ର ନିର୍ବାଚନ ସରି ଯାଇଛି । ଜୟପାଟଣା ବ୍ଲକ ରୁ ବ୍ୟୋମକେଶ ପଣ୍ଡା ନୂତନ ଓଡ଼ିଶା